ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା । ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହେଲା।
ଆଗାମୀ 48 ଘଣ୍ଟାରେ ଓଡ଼ିଶାରେ ପଦଳିବ ପାଗ । ବର୍ତ୍ତମାନ ରାଜ୍ୟରେ ପାଣିପାଗ ମୁଖ୍ୟତଃ ଶୁଖିଲା ରହିଥିବା ବେଳେ ବଢିବ ଶୀତ । 2ରୁ 3 ଡିଗ୍ରୀ ଖସିବ ରାତିର ତାପମାତ୍ରା । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ହୋଇପାରେ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ଏପଟେ ତାମିଲନାଡୁ ଏବଂ ପୁଡ଼ୁଚେରୀକୁ ବାତ୍ୟା ଭୟ ରହିଥିବା ଭାରତୀୟ ପାଣିପାଗ ବିଭାଗ-ଆଇଏମଡି ଆକଳନ କରିଛି ।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକାମନୋରମା ମହାନ୍ତି କହିଛନ୍ତି," ଗତ 24 ଘଣ୍ଟାରେ ସାରା ରାଜ୍ୟରେ ତାପମାତ୍ରା ସାଧାରଣ ରହିଛି । ରାଉରକେଲାରେ ସର୍ବନିମ୍ନ ତାପମାତ୍ରା 10.01 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ, ପାର୍ବତ୍ୟ ଅଞ୍ଚଳ ଜି. ଉଦୟଗିରିରେ 08.06 ଡିଗ୍ରୀ ସେଲସିୟସ୍ ରହିଛି । ପ୍ରଥମେ ଯେଉଁ ବାତ୍ୟାଟି ଉତ୍ତର ପୂର୍ବ ଇଣ୍ଡୋନେସିଆ ପାଖରେ ସୃଷ୍ଟି ହୋଇଥିଲା, ତା'ର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ଦ୍ବିତୀୟ ସିଷ୍ଟମଟି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରେ ଏବଂ ଦକ୍ଷିଣ ପୂର୍ବ ଶ୍ରୀଲଙ୍କା ପାଖରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଆଗାମୀ 24 ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବା । ଏହା ପରବର୍ତ୍ତୀ 48 ଘଣ୍ଟା ଭିତରେ ଅଧିକରୁ ଅଧିକ ଘନୀଭୂତ ହୋଇ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରେ ଦେଇ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉତ୍ତର ତାମିଲନାଡୁ ଏବଂ ପୁଡ଼ୁଚେରୀ ଉପରେ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । "
ଖସିବ ରାତିର ତାପମାତ୍ରା:
ମନୋରମା ମହାନ୍ତିକହିଛନ୍ତି, "ଆସନ୍ତା 7 ଦିନ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । କଳାହାଣ୍ଡି, ସୁନ୍ଦରଗଡ଼ ଏବଂ କନ୍ଧମାଳରେ ଗୋଟିଏ-ଦୁଇଟି ସ୍ଥାନରେ ଘନ କୁହୁଡ଼ି ଦେଖାଯିବା ସମ୍ଭାବନା ରହିଛି । ଆଗାମୀ 48 ଘଣ୍ଟାରେ ରାତି ତାପମାତ୍ରା 2ରୁ 36 ଡିଗ୍ରୀ କମିବାର ସମ୍ଭାବନା ରହିଛି ।ଏହାପରେ 2ରୁ 3 ଡିଗ୍ରୀ ତାପମାତ୍ରା ବଢିପାରେ ।"












Click it and Unblock the Notifications