ଆସୁଛି ବାତ୍ୟା: ଉପକୂଳବର୍ତ୍ତୀ ଜିଲ୍ଲାରେ ରଚିବ ତାଣ୍ଡବ !

ଆସୁଛି ଆଉ ଏକ ବାତ୍ୟା । ଉପକୂଳବର୍ତ୍ତୀ ଜିଲ୍ଲାରେ ରଚି ପାରେ ତାଣ୍ଡବ । ଆସନ୍ତା ୩୦ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟାର ରୂପ ନେଇ ପାରେ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି । ତେବେ ଏଯାଏଁ କିଛି ସ୍ପଷ୍ଟ ଚିତ୍ର ମିଳି ପା

ଭୁବନେଶ୍ୱର: ଆସୁଛି ଆଉ ଏକ ବାତ୍ୟା । ଉପକୂଳବର୍ତ୍ତୀ ଜିଲ୍ଲାରେ ରଚି ପାରେ ତାଣ୍ଡବ । ଆସନ୍ତା ୩୦ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟାର ରୂପ ନେଇ ପାରେ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି । ତେବେ ଏଯାଏଁ କିଛି ସ୍ପଷ୍ଟ ଚିତ୍ର ମିଳି ପାରିନାହିଁ ।

 Cyclone Forecast in Odisha

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଏହି ଲଘୁଚାପକ୍ଷେତ୍ର ସାଇକ୍ଲୋନିକ୍‌ ଡିଷ୍ଟର୍ବାନ୍ସରେ ପରିଣତ ହେବା ନେଇ ୩୩ରୁ ୬୭% ପର୍ଯ୍ୟନ୍ତ ସଙ୍କେତ ରହିଛି। ଏହା ଯଦି ବାତ୍ୟାର ରୂପ ନିଏ, ତେବେ କେଉଁ ଅଞ୍ଚଳ ଦେଇ ଅତିକ୍ରମ କରିବ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ ।

ଅନ୍ୟ କିଛି ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ କହୁଛି, ଆସନ୍ତା ୪ ତାରିଖ କିମ୍ବା ୫ ତାରିଖ ସମ୍ଭାବ୍ୟ ବାତ୍ୟା ଉପକୂଳ ଛୁଇଁବ । ଏହା ଆନ୍ଧ୍ରକୁ ଯିବା ସମ୍ଭାବନା ଅଧିକ ଥିବାବେଳେ ଦିଗ ବଦଳାଇ ଓଡ଼ିଶା ଆସିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ତେବେ ୩ ତାରିଖରୁ ଓଡ଼ିଶାରେ ପାଗ ବଦଳିବା ସହ ବର୍ଷା ଆରମ୍ଭ ହେବ ।

ନଭେମ୍ବର ୩୦ ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ବଳୟ ଡିସେମ୍ବର ୨ତାରିଖ ସୁଦ୍ଧା ଏହା କ୍ରମଶଃ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ । ଯଦି ଏହା ବାତ୍ୟାରେ ପରିଣତ ହୁଏ ଏହାର ନାମ 'ଜଓ୍ୱାଦ' ରଖାଯିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ ।

ସେପଟେ ସମ୍ଭାବ୍ୟ ବାତ୍ୟା ଓ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ନେଇ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି । କାରଣ ଓଡିଶାର ବିଭିନ୍ନ ଜିଲ୍ଲାରେ ଏବେ ଧାନ ଅମଳର ସମୟ । ବିଲରେ ଏବେ ଧାନ ପାଚି ସାରିଛି । କିଛି ଦିନ ପରେ ଚାଷୀ ଏହାକୁ ନିଜ ଖଳାକୁ ଆଣି ଅମଳ କରିବାର ଯୋଜନା ବାନ୍ଧିଥିଲେ । ମାତ୍ର ବର୍ଷା ହେଲେ ସମସ୍ତ ଫସଲ ନଷ୍ଟ ହୋଇଯିବାର ସମ୍ଭାବନା ରହିଛି ।

ତେବେ ଏନେଇ ରାଜ୍ୟ ସରକାର ସଜାଗ ହୋଇ ପଡ଼ିଛନ୍ତି । ସମସ୍ତ ଜିଲ୍ଲାପାଳଙ୍କୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି ।

ଲଘୁଚାପ ଜନିତ ବର୍ଷାକୁ ନଜରରେ ରଖି ଆଜି ସ୍ବତନ୍ତ୍ର ରିଲିଫ କମିସନର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ କହିଛନ୍ତି। ଏସ୍‌ଆର୍‌ସି ଲେଖିଛନ୍ତି ଯେ ଲଘୁଚାପ ଯୋଗୁଁ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେଣୁ ସମସ୍ତ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ହେବ। ଲଘୁଚାପ ପ୍ରଭାବରେ ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ ଡିସେମ୍ବର ୨ ଓ ୩ତାରିଖରେ ବର୍ଷା ହୋଇପାରେ। ଏହାସହ ୨ତାରିଖରୁ ସମୁଦ୍ର ଅଶାନ୍ତ ରହିବା ସହ ଘଣ୍ଟା ପ୍ରତି ୭୦କିମି ବେଗରେ ପବନ ବହିବାର ଥିବାରୁ ମତ୍ସ୍ୟଜୀବୀମାନେ ଏହା ପୂର୍ବରୁ ସମୁଦ୍ରରୁ ଫେରିଆସିବାକୁ କୁହାଯାଇଛି।

ଅନ୍ୟପକ୍ଷରେ, ଗତ ୨୪ ଘଣ୍ଟାରେ ରାଜ୍ୟର ପାଗ ଶୁଖିଲା ଓ ଖରାଟିଆ ରହିଛି। ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ଦାରିଙ୍ଗବାଡ଼ିରେ ୯.୦ ଡିଗ୍ରି ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ବରରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୭.୬ ଡିଗ୍ରି ଓ କଟକରେ ୧୬.୮ ଡିଗ୍ରି ରେକର୍ଡ ହୋଇଛି। ଉତ୍ତର ଉପକୂଳ ଓଡ଼ିଶାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ଘଟିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶ‌ାରେ ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ ପାରଦ ତଳକୁ ଖସିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+