Cyclone fengal: ହାଲୁକା ମଧ୍ୟମ ଧରଣର ବର୍ଷା ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଗଭୀର ଅବପାତ ଆହୁରି ଘନୀଭୂତ ହୋଇ ଗତକାଲି ଅପରାହ୍ଣ ସାଢେ ୨ଟାରେ ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହୋଇଥିଲା । ତେବେ ଏହି ପ୍ରଭାବରେ ଓଡ଼ିଶା ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଅନେକ ଅଞ୍ଚଳରେ କୋହଲା ପାଗ ସାଙ୍ଗକୁ ଆକାଶ ମେଘାଚ୍ଛନ୍ନ ରହିଛି । ଏଥିସହ ଅନେକ ଜିଲ୍ଲାରେ ଝିପିଝିପି ବର୍ଷା ଦେଖିବାକୁ ମିଳୁଛି । ତେବେ ବର୍ତ୍ତମାନ ଆଞ୍ଚଳିକ ପାଣିପାଗ ବିଭାଗ ଆଗାମୀ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।
ସୂଚନାନୁଯାୟୀ, ହାଲୁକା ମଧ୍ୟମ ଧରଣର ବର୍ଷା ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଲେ କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, କନ୍ଧମାଳକୁ ଆଲର୍ଟ ଜାରି କରାଯାଇଛି । ସେହି କୋରାପୁଟ, ମାଲକାନଗିରି, ଗଞ୍ଜାମ, ନୟାଗଡ଼ ଏବଂ ରାୟଗଡ଼ା ଜିଲ୍ଲାକୁ ୱାର୍ଣ୍ଣିଂ ଦିଆଯାଇଛି ।
କହିରଖୁ, ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟାକୁ ନେଇ ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଅଞ୍ଚଳଗୁଡିକ ଲାଗି ଆଇଏମ୍ଡି ରେଡ୍ ଆଲର୍ଟ ଜାରି କରିଛି। ଆଇଏମଡିର କହିବା ଅନୁଯାୟୀ ଶୁକ୍ରବାର ଅପରାହ୍ଣ ୨ଟା ୩୦ରେ ଲଘୁଚାପ ବାତ୍ୟାର ରୂପ ନେଇଛି।

ଏହା ଏବେ ପୁଡୁଚେରୀ ଉପକୂଳର ଦକ୍ଷିଣ-ପଶ୍ଚିମକୁ ୩୫୦ କିମି ଦୂରରେ ରହିଛି। ଆଜି ଅପରାହ୍ନରେ ଏହା କରାଇକାଲା ଓ ପୁଡୁଚେରୀ ଉପକୂଳ ଅତିକ୍ରମ କରିବ। ଏହି ବାତ୍ୟାର ପ୍ରଭାବରେ ଘଣ୍ଟା ପ୍ରତି ୭୦ରୁ ୮୦ କିମି ବେଗରେ ପବନ ବହିବା ସହିତ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।
ବାତ୍ୟା ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ଲାଗି ୧୬୮୬ଟି ମୋଟର ପମ୍ପ, ୯୬ଟି ଜେସିବି, ୧୨୦ଟି ଡଙ୍ଗା, ୧୩୦ ଜେନେରେଟର, ୧୧୮ଟି ଉଡ୍କଟର ଆଦି ପ୍ରସ୍ତୁତ ରଖାଯାଇଛି। ସେପଟେ ବାତ୍ୟା ଫେଙ୍ଗାଲ ପ୍ରଭାବରେ ଶୁକ୍ରବାରଠାରୁ ଓଡିଶାର କିଛି ସ୍ଥାନରେ କୋହଲା ପାଗ ରହିଛି ।
ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୧୧ ଜିଲ୍ଲାକୁ ୩ ଘଣ୍ଟା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ତେବେ ଏସବୁ ଜିଲ୍ଲା ଗୁଡିକ ହେଉଛି ବାଲେଶ୍ଵର, କଟକ, ପୁରୀ , ଖୋର୍ଦ୍ଧା, ନୟାଗଡ, ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି , ଗଞ୍ଜାମ ଏବଂ ରାୟଗଡା ଜିଲ୍ଲା।












Click it and Unblock the Notifications