Cyclone fengal: ୬ ଘଣ୍ଟାରେ ବାତ୍ୟା! ଓଡ଼ିଶାର ଏହିସବୁ ଜିଲାରେ ବର୍ଷିବ

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ପେଙ୍ଗାଲ। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଫେଙ୍ଗାଲ ଭୟଙ୍କର ରୂପ ଧାରଣ କରିଛି । ଅପରାହ୍ନଣ ୨ଟା ୩୦ରେ ବାତ୍ୟାର ରୂପ ନେଇଛି ଗଭୀର ଅବପାତ । ତେବେ ତାମିଲନାଡୁରେ ଯେଉଁ ଝଡ଼ ସୃଷ୍ଟି ହେବାର ଆଶଙ୍କା ରହିଛି ହଠାତ୍‌ ଏହାର ଦିଗ ବଦଳାଇଥିବା ସୂଚନା ମିଳିଛି । ଏହା ଘଣ୍ଟା ପ୍ରତି ୩ କିଲୋମିଟରରୁ ୧୦ କିଲୋମିଟର ବେଗରେ ଗତି କରୁଛି । ତେବେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଏହା ଏକ ଭୟଙ୍କର ଘୂର୍ଣ୍ଣିବଳୟ। ଏହା ଉତ୍ତର ଦିଗକୁ ଯିବାର ସମ୍ଭାବନା ଅଛି । ଏହା ୩୦ ତାରିଖରେ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ବୋଲି ଆଶା କରାଯାଉଛି ।

ବାତ୍ୟା ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଭିତରେ ରାଜ୍ୟରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ଓ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପ ଜଗତସିଂହପୁର, ପୁରୀ, କଟକ, ଯାଜପୁର, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ସ୍ବଳ୍ପ ବର୍ଷା ହୋଇପାରେ। ଏଥିସହ ପାଗ ମେଘୁଆ ରହିବାର ସମ୍ଭାବନା ରହିଛି।

Cyclone fengal

ଠିକ ସେହିପରି ୩୦ ଓ ୧ତାରିଖରେ ମଧ୍ୟ କିଛି ଜିଲାରେ ହାଲକାରୁ ମଧ୍ୟମ ଧରଣରବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଓ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, କଟକ, ଯାଜପୁର, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡା, ମୟୂରଭଞ୍ଜ ଓ କେନ୍ଦୁଝର ଜିଲାରେ ପାଗ ମେଘୁଆ ରହିବା ସହିତ ଗୋଟିଏରୁ ଦୁଇଟି ସ୍ଥାନାରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି।

୨ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। ତା'ସହ ପାଗ ମେଘୁଆ ରହିପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+