Cyclone Fengal: ଦୁର୍ବଳ ହେଉଛି ବାତ୍ୟା ଫେଙ୍ଗାଲ, ଆଗାମୀ ୨୪ ଘଣ୍ଟାରେ ୧୭ ଜିଲ୍ଲାରେ ବର୍ଷା

ଗତକାଲି ରାତିରେ ସ୍ଥଳଭାଗ ଛୁଇଁଛି ବାତ୍ୟା 'ଫେଙ୍ଗାଲ' । ରାଜ୍ୟରେ ଆହୁରି ୩ ଦିନ ଅର୍ଥାତ ୪ ତାରିଖ ଯାଏଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଲ୍ୟାଣ୍ଡଫଲ ପରେ ଏହା ଉତ୍ତର ତାଲିମନାଡୁ ଓ ପଣ୍ଡିଚେରୀ ଉପକୂଳରେ ଗତ ୧୨ ଘଣ୍ଟା ଧରି ସ୍ଥିର ରହିଛି । ଏହା ଧିରେ ଧିରେ ପଶ୍ଚିମ ଆଡକୁ ଗତି କରି ଆଗାମୀ ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ । ବାତ୍ୟା ପ୍ରଭାବରେ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି ।ଫେଙ୍ଗାଲ ପ୍ରଭାବରେ ଓଡ଼ିଶାରେ ମଧ୍ୟ ଏନେକ ଜିଲ୍ଲାରେ ବର୍ଷା ଲାଗି ରହିଛି ।

୨୪ ଘଣ୍ଟାରେ ୧୭ ଜିଲ୍ଲାରେ ବର୍ଷା:

ବାତ୍ୟା ଫେଙ୍ଗାଲ ପ୍ରଭାବରେ ବଙ୍ଗୋପସାଗରରେୁ ଓଡ଼ିଶା ମଧ୍ୟକୁ ଆର୍ଦ୍ରତାପୂର୍ଣ୍ଣ ବାୟୁ ପ୍ରବେଶ କରୁଛି । ଏହା ପ୍ରଭାବରେ ରାଜ୍ୟରେ ଆହୁରି ୩ ଦିନ ଅର୍ଥାତ ୪ ତାରିଖ ଯାଏ ବର୍ଷା ହେବା । ଆଗାମୀ ୨୪ ଘଣ୍ଟା ମଧ୍ୟରେ ୧୭ ଜିଲ୍ଲାରେ ବିକ୍ଷିପ୍ତ ଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଜିଲ୍ଲା ଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ।

Cyclone Fengal

୪ ତାରିଖ ଯାଏଁ ବର୍ଷା:

ଆସନ୍ତାକାଲି ମଧ୍ୟ ୧୪ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଜିଲ୍ଲାଗୁଡ଼ିକ ହେଉଛି ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର । ସେପଟେ ୩ ତାରିଖରେ ସମ୍ପୂର୍ଣ୍ଣ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡିକରେ ବର୍ଷା ଲାଗି ରହିବ । ଜିଲ୍ଲାଗୁଡ଼ିକ ହେଉଛି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମ । ୪ ତାରିଖରେ ଦକ୍ଷିଣ ଓଡ଼ିଶାର ୬ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା । ଜିଲ୍ଲାରଗୁଡ଼ିକ ହେଉଛି ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ଗଜପତି ଓ କଳାହାଣ୍ଡି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+