ବାତ୍ୟା 'ଫେଙ୍ଗଲ' ପ୍ରଭାବରେ ରାଜ୍ୟରେ କୋହଲା ପାଗ
Odisha Weather: ବଙ୍ଗୋପସାଗରରେ ସକ୍ରିୟ ରହିଛି ବାତ୍ୟା 'ଫେଙ୍ଗଲ' । ଯାହା ପ୍ରଭାବରେ ରାଜ୍ୟରେ କୋହଲା ପାଗ ରହିଛି ଏବଂ କିଛି କିଛି ସ୍ଥାନରେ ଝିପିଝିପି ବର୍ଷା ମଧ୍ୟ ହେଉଛି । ଟ୍ୱିନ୍ ସିଟିରେ ମଧ୍ୟ ପାଗ କୋହଲା ରହିବା ସହ ଥଣ୍ତା ପବର ବହୁଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା 'ଫେଙ୍ଗଲ' ଲ୍ୟାଣ୍ତଫଲ୍ ରରିବାର ସମ୍ଭାବନା ରହିଛି । ପୁଡୁଚେରୀ, ତାମିଲନାଡୁ ଉପକୂଳରେ ଲ୍ୟାଣ୍ତଫଲ୍ କରିବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଲ୍ୟାଣ୍ତଫଲ୍ କରିବା ବେଳେ ପବନର ବେଗ ୭୦ ରୁ ୮୦ କିମି ରହିବ ।












Click it and Unblock the Notifications