Cyclone Fengal: ବାତ୍ୟା 'ଫେଙ୍ଗଲ' ପ୍ରଭାବରେ ରାଜଧାନୀରେ ବର୍ଷା
Cyclone Fengal: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହୋଇ ଆଜି ଅର୍ଥାତ୍ ଶୁକ୍ରାର ଦିନ ବାତ୍ୟାର ରୂପ ନେବ । ସେହିପରି ବାତ୍ୟା 'ଫେଙ୍ଗଲ'ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ପାଗ ମେଘୁଆ ରହିବା ସହ କିଛି କିଛି ସ୍ଥାନରେ ହାଲୁକା ବର୍ଷା ଲାଗି ରହିଛି । ଆଜି ୧୨ ଜିଲ୍ଲାକୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆଜି ସକାଳେ ଭୁବନେଶ୍ୱର, କଟକ,ପୁରୀ, ଗଞ୍ଜାମ, ଗତପତି, କୋରପୁଟ, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ପାଗ କୋହଲା ରହିବା ପାଇଁ ପାଣିପାଗ କେନ୍ଦ୍ରର ପକ୍ଷରୁ ସୂଚନା ଜାରି କରିଛି । ଅନ୍ୟପକ୍ଷରେ ହାଲୁକାରୁ ବର୍ଷା ନେଇ ଆଜି ୩ ଘଣ୍ଟା ପାଇଁ ୧୨ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର,ଢେଙ୍କାନାଳ, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି ଓ ଗଞ୍ଜାମକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ବାତ୍ୟା ପ୍ରଭାବରେ ତାମିଲନାଡୁର କୁଡାଲୋର, କରାଇକାଲ,ଆଥିରାମପାଚ୍ଚିନମ୍, ପାରଙ୍ଗିପେଟ୍ଟାଇ, ମୀନାମକମ୍, ସମେତେ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ତାମିଲନାଡ଼ୁ ଓ ପୁଡ଼ୁଚେରୀ ଉପକୂଳରେ ପ୍ରବଳ ବର୍ଷା ସହ ପବନ ବହିବା ଆରମ୍ଭ ହୋଇଛି ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।
ସମ୍ଭାବ୍ୟ ବାତ୍ୟାକୁନେଇ ଭିନ୍ନ ସ୍ଥାନରେ ରେଡ୍ ଆଲର୍ଟ ଜାରି କରାଯାଇଛି। ସତର୍କତା ଦୃଷ୍ଟିରୁ ପୁଡୁଚେରୀରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି ଏପରିକି ବିମାନ ଉଡାଣ ମଧ୍ୟ ପ୍ରଭାବିତ ହୋଇଛି। ସେହିପରି ସୁମଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ବାତ୍ୟା ମୁକାବିଲା ପାଇଁ ତାମିଲନାଡୁ ସରକାର ସଜାଗ ରହିଛନ୍ତି । ଆସନ୍ତାକାଲି ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ସୂଚନା ରହିିଛ । ପଡୁଚେରୀରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି ଯେଉଁଥି ପାଇଁ ସ୍କୁଲ, କଲେଜ ବନ୍ଦ ରଖିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।












Click it and Unblock the Notifications