ସମ୍ପର୍କ ପଛ ଦାୟିତ୍ବ ଆଗ ! ମା'ଆଙ୍କୁ ମୁଖାଗ୍ନୀ ଦେଇ ବାତ୍ୟା ଡ୍ୟୁଟିରେ ଲାଗି ପଡିଲେ ଥାନା ବାବୁ
କର୍ତ୍ତବ୍ୟ ଆଗେ ପରେ ସମ୍ପର୍କ । ପୁଅର କର୍ତ୍ତବ୍ୟ କଲେ, ପୋଲିସର ବି ଡ୍ୟୁଟି ବି ନିଭାଇଲା । ଏମିତି କେଇ ପଦ ବାକ୍ୟ ଏବେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଆଇଆଇସି କାଳନ୍ଦୀ ବେହେରାଙ୍କ ପାଇଁ କୁହାଯାଉଛି ।
କେନ୍ଦ୍ରାପଡା: କର୍ତ୍ତବ୍ୟ ଆଗେ ପରେ ସମ୍ପର୍କ । ପୁଅର କର୍ତ୍ତବ୍ୟ କଲେ, ପୋଲିସର ବି ଡ୍ୟୁଟି ବି ନିଭାଇଲା । ଏମିତି କେଇ ପଦ ବାକ୍ୟ ଏବେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଆଇଆଇସି କାଳନ୍ଦୀ ବେହେରାଙ୍କ ପାଇଁ କୁହାଯାଉଛି । ଏଇ କିଛି ଦିନ ତଳେ ରାଜ୍ୟକୁ ଆସିଥିଲା ବାତ୍ୟା ୟଶ । ଛାରକାର କରି ଦେଇ ଗଲା ରାଜ୍ୟର ତିନି ଜିଲ୍ଲା । ୟା ଭିତରେ ମଧ୍ୟ ଜଣେ ଆଇଆଇସିଙ୍କ ପାଇଁ ବାତ୍ୟା ଆଣିଦେଇଥିଲା ଅଗ୍ନି ପରୀକ୍ଷା । ଆଉ ଯେଉଁ ଅଗ୍ନି ପରୀକ୍ଷାରେ ଉତ୍ତୀନ୍ନ ହୋଇ ଏବେ ବାଃ ବାଃ ସାଉଣ୍ଟୁଛନ୍ତି ଆଇଆଇସି କାଳନ୍ଦୀ ବେହେରା ।

ଗତ ମେ ୨୧ ତାରିଖ ଦିନ ଥାନାଧିକାରୀ କାଳନ୍ଦୀ ବେହେରାଙ୍କ ମାଆ ହର ଦେଇଙ୍କ ଦେହାନ୍ତ ହୋଇଥିଲା । ହୃଦଘାତରେ ପ୍ରାଣ ହରାଇଥିଲେ ୮୫ ବର୍ଷର ଆଇଆଇସିଙ୍କ ମାଆ । କାଳନ୍ଦୀଙ୍କ ପାଖରେ ମାଆ ରହୁଥିବାରୁ ମୃତ୍ୟୁ ପରେ ମାଆଙ୍କ ମୃତଦେହକୁ ନିଜ ପୈତୃକ ଘର ଯାଜପୁର ବିଞ୍ଝାରପୁରକୁ ନେଇଥିଲେ । ଆଉ ସେଠାରେ ମାଆଙ୍କ ଶେଷକୃତ୍ୟ ସାରି, ସବୁ ରୀତିନୀତି ସମ୍ପନ କରି ସେହି ଦିନ ହିଁ ବାତ୍ୟା ଡ୍ୟୁଟିରେ ଯୋଗ ଦେଇଥିଲେ ଆଇଆଇସି ।
କାରଣ ତାଙ୍କ ମୁଣ୍ଡ ଉପରେ ଥିଲା ଲୋକଙ୍କ ଜୀବନ ବଞ୍ଚାଇବାର ଚିନ୍ତା, ଲୋକଙ୍କୁ ସୁରକ୍ଷା ଦେବାର ଦାୟିତ୍ୱ । ଯିଏ ଲୋକଙ୍କ ପାଇଁ ନିଜକୁ ସେବାରେ ଲଗାଇ ଦେଇଛି ସେ ବା କେମିତି ଘରେ ରହିପାରିବ । ତେଣୁ ମାଆଙ୍କ ମୃତ୍ୟୁ ଦିନ ହିଁ ବାତ୍ୟା ମୁକାବିଲାରେ ଲାଗିପଡିଥିଲେ ମାର୍ଶାଘାଇ ଆଇଆଇସି କାଳନ୍ଦୀ ବେହେରା । ଆଉ ତଳିଆ ଅଞ୍ଚଳର ଲୋକ, କଚ୍ଚା ଘରେ ଥିବା ପରିବାରକୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଥିଲେ ।
Marshaghai IIC Kalandi Behera performed his duty in evacuation and relief work despite sad demise of his mother just few days back. Salute to his commitment & sacrifice. #CycloneYaas @odisha_police @DGPOdisha @CMO_Odisha @SRC_Odisha @PradeepJenaIAS @dmkendrapara pic.twitter.com/thWfvOdfFh
— Kendrapada Police (Odisha) (@spkendrapara) May 27, 2021
ଘଟଣା ସମ୍ପର୍କରେ ଆଇଆଇସି କହିଛନ୍ତି, ବାତ୍ୟା ସ୍ଥାନାନ୍ତରଣ କାର୍ଯ୍ୟରେ ମୋ ଉପସ୍ଥିତି ନିହାତି ଆବଶ୍ୟକ ଥିଲା । ମୋର ବ୍ୟକ୍ତିଗତ କ୍ଷତି ସତ୍ବେ ମୁଁ ଜିଲ୍ଲାବାସୀଙ୍କ ଜୀବନ ରକ୍ଷା କରିବାକୁ ପ୍ରାଥମିକତା ଦେଇଥିଲି । କାରଣ ସେମାନଙ୍କ ସହ ମୁଁ ଅନେକ ଦିନ ହେବ ଏଠାରେ ମିଶିଛି । ତେଣୁ ସ୍ଥାନନ୍ତରଣ ପ୍ରକ୍ରିୟାରେ ମୋର ସେମାନଙ୍କ ପାଖରେ ରହିବା ଆବଶ୍ୟକ ଥିଲା ।
ତେବେ ଆଇଆଇସି କାଳନ୍ଦୀ ବେହେରାଙ୍କ ଏହି କାର୍ଯ୍ୟ ପାଇଁ ତାଙ୍କୁ କେନ୍ଦ୍ରାପଡା ପୋଲିସଠାରୁ ଓଡିଶା ପୋଲିସ ଯାଏଁ ସମସ୍ତେ ସାବାସୀ ଦେଇଛନ୍ତି । ବାତ୍ୟା ବେଳେ ବିନାସ୍ୱାର୍ଥର ସେବାକୁ ଓଡିଶା ପୋଲିସ ନିଜ ଟ୍ୱିଟର ପେଜରେ ବାଃବାଃ କରିଛି ।












Click it and Unblock the Notifications