Cyclone ଭାରତକୁ ମାଡ଼ି ଆସୁଛି ଡିଟୱା, ୩ ରାଜ୍ୟରେ କରିବ ବଡ଼ କ୍ଷତି
ଶ୍ରୀଲଙ୍କାକୁ ଶ୍ରୀହୀନ କରି ଭାରତ ମୁହାଁ ହୋଇଛି ବାତ୍ୟା । ତାମିଲନାଡ଼ୁ, ପୁଡ଼ୁଚେରୀ ଉପକୂଳ ଆଡ଼କୁ ମାଡ଼ି ଆସୁଛି ଡିଟୱା । ଗତ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଆଗକୁ ବଢ଼ୁଛି । ଆଜି ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଏଣ୍ଟ୍ରି କରିବ । ଆସନ୍ତାକାଲି ଚେନ୍ନାଇ ଏବଂ ପୁଡୁଚେରୀ ମଧ୍ୟରେ ସ୍ଥଳଭାଗ ଛୁଇଁବା ଅନୁମାନ କରାଯାଉଛି ।
ଭାରତରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି କରିବ ଡିଟୱା । ଡିଟୱା ପାଇଁ ହାଇ ଆଲର୍ଟରେ ଦକ୍ଷିଣ ଭାରତ । ୩ ରାଜ୍ୟରେ କରିବ ବଡ଼ କ୍ଷତି । ବାତ୍ୟାର ପ୍ରଭାବ ଆରମ୍ଭ ହୋଇ ସାରିଛି । ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉପକୂଳ ଏବଂ ଆଭ୍ୟନ୍ତରୀଣ ତାମିଲନାଡ଼ୁ, ପୁଡ଼ୁଚେରୀ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶରେ ଭୀଷଣ ବର୍ଷା ହେବ । ଲ୍ୟାଣ୍ଡଫଲ ବେଳେ ୭୦ ରୁ ୯୦ କିଲୋମିଟର ବେଗରେ ପବନ ବହିପାରେ । ଆକସ୍ମିକ ବନ୍ୟା ଆସିପାରେ, ଗଛ ଉପୁଡ଼ି ପାରେ । ସମୁଦ୍ର ଭୟଙ୍କର ଭାବେ ଜୁଆରିଆ ହେବ। ମୁକାବିଲା ପାଇଁ ତିନି ରାଜ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପୋଜିସନ୍ ନେଲେଣି ଏନଡିଆରଏଫ ଟିମ୍। ତେବେ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ନାହିଁ ।

କହି ରଖୁଛୁ ଦୁଇ ଦେଶରେ ଧ୍ବଂସଲୀଳା କରୁଛି ଦୁଇ ବାତ୍ୟା । ଇଣ୍ଡୋନେସିଆକୁ ଛାରଖାର କରି ଦେଲାଣି ସେନୟାର । ଶ୍ରୀଲଙ୍କାକୁ ଶ୍ରୀହୀନ କରିଛି ବାତ୍ୟା ଡିଟୱା । ପ୍ରାୟ ୩୦୦ ଲୋକଙ୍କ ଜୀବନ ଗଲାଣି । ଇଣ୍ଡୋନେସିଆରେ ବନ୍ୟା ଓ ଭୂସ୍ଖଳନ ଜନିତ ମୃତ୍ୟୁ ସଂଖ୍ୟା ପ୍ରାୟ ୨୦୦ ହେଲାଣି ।
ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ 'ବାତ୍ୟା ସେନୟାର'ର ଅଧିକ ପ୍ରଭାବ ପଡ଼ିଛି । ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ ଘଟିଛି । ଏବେ ବି ପ୍ରାୟ ୮୦ ଜଣ ନିଖୋଜ ଅଛନ୍ତି । ପୋଲ ଭାଙ୍ଗିବା ସହ ବହୁ ସ୍ଥାନରେ ରାସ୍ତା ଧୋଇଯାଇଛି । କେବଳ ଉତ୍ତର ସୁମାତ୍ରାରେ ଶତାଧିକ ମୃତ୍ୟୁ ହୋଇଛି ।
ସେପଟେ ଶ୍ରୀଲଙ୍କାରେ ବାତ୍ୟା ଡିଟୱା ପ୍ରଭାବରେ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଆହୁରି ଅନେକ ଲୋକ ନିଖୋଜ ଅଛନ୍ତି । ନିଖୋଜ ସଂଖ୍ୟା ୩୦ରୁ ଅଧିକ ବୋଲି ସୂଚନା ମିଳିଛି । ଶ୍ରୀଲଙ୍କାରେ ବ୍ୟାପକ ଧ୍ବଂସଲୀଳା କରିଛି ବାତ୍ୟା ଡିଟୱା । ବୁଡ଼ିଛି ରାସ୍ତା, ଭାଙ୍ଗିଛି ପୋଲ । ଗୋଟିଏ ଦିନରେ ୫୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ବିଶେଷ କରି କେନ୍ଦ୍ରୀୟ ଶ୍ରୀଲଙ୍କା ଅଧିକ ପ୍ରଭାବିତ ହୋଇଛି । ପାହାଡ଼ିଆ ଅଞ୍ଚଳରେ ଭୟଙ୍କର ଭୂସ୍ଖଳନ ହୋଇଛି । ଏବେ ବାତ୍ୟା ଡିଟୱା ଭାରତ ମୁହାଁ ହେଉଥିବାରୁ ଚିନ୍ତାରେ ଉପକୂଳ ବାସିନ୍ଦା ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications