Cyclone Dana: ସଂଘଟିତ ହେବ ବାତ୍ୟା ଦାନା, ଉପକୂଳରେ ପ୍ରବଳ ବର୍ଷିବ, ପବନର ବେଗ ଶହେ କିଲୋମିଟର ଟପିବ

୨୩ ତାରିଖରେ ସଂଘଟିତ ହେବ ବାତ୍ୟା ଦାନା। ୨୪ରେ ଲ୍ୟାଣ୍ଡଫଲ । ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ସହ ୧୦୦ କିମି ବେଗରୁ ଅଧିକ ବୋହିପାରେ । ଉପକୂଳରେ ପ୍ରବଳ ବର୍ଷିବ । ପବନର ବେଗ ଶହେ କିଲୋମିଟର ଟପିବ ।

କେତେ ଭୟଙ୍କର ବାତ୍ୟା ?

୨୩ ତାରିଖରୁ ଉପକୂଳରେ ୪୦ କିଲୋମିଟର ବେଗରେ ପବନ । ୨୪ ତାରିଖ ରାତିରୁ ପବନର ବେଗ ବଢି ୧୦୦ରୁ ୧୨୦ କିଲୋମିଟର ରହିପାରେ। ୨୫ ତାରିଖ ସକାଳ ଯାଏ ୧୦୦ରୁ ୧୨୦ କିମି ବେଗରେ ପବନ ବହିବ । ତେବେ ଏଯାଏଁ ବାତ୍ୟାର ପ୍ରଭାବ କେତେ ରହିବ ତାହା ସ୍ପଷ୍ଟ ହୋଇନାହିଁ । ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ସହ ୧୦୦ କିମି ବେଗରୁ ଅଧିକ ବୋହିବ ପବନ।

Cyclone Dana

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର। ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ଘନୀଭୂତ ହେବ । ତେବେ ଏହି ଲଘୁଚାପ କ୍ଷେତ୍ରଟି ଅଧିକ ଘନୀଭୂତ ହୋଇ କାଲି ଅବପାତର ରୂପ ନେବ । ତେବେ ୨୩ରେ ବାତ୍ୟା ସୃଷ୍ଟି ହୋଇପାରେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସମ୍ଭାବ୍ୟ ସାମୁଦ୍ରିକ ଝଡ଼ର ନାଁ ରଖାଯାଇଛି 'ଦାନା'। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୨୪ ସକାଳେ ଏହା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି ।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁସାରେ, ୨୪ ସକାଳେ ସ୍ଥଳଭାଗ ଛୁଇଁପାରେ ବାତ୍ୟା 'ଦାନା' । ସେହିଦିନ ସକାଳେ ଏହା ଓ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି ।

ଅନ୍ୟପକ୍ଷେ ଆଇଏମ୍‌ଡି ଡିଜି କହିଛନ୍ତି ଯେ, ୨୪ ଓ ୨୫ ତାରିଖ ବେଶୀ ଗରୁତ୍ୱପୂର୍ଣ୍ଣ। ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ଯାଏ ରହିପାରେ । ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ପର୍ଯ୍ୟନ୍ତ ଯିବ ବୋଲି ଆକଳନ କରାଯାଇଛି । ଡିଜି ମହାପାତ୍ର ଏହା ପ୍ରଭାବରେ ପବନ ବର୍ଷା ସାଙ୍ଗକୁ ସମୁଦ୍ରରେ ଉଚ୍ଚ ଜୁଆର ଆସିବ ବୋଲି ବି ଚେତାଇ ଦେଇଛନ୍ତି। । ତେଣୁ ସମୁଦ୍ର ଭିତରେ ଥିବା ଲୋକଙ୍କୁ ଆସନ୍ତାକାଲି ସୁଦ୍ଧା ଫେରି ଆସିବାକୁ ସେ ପରାମର୍ଶ ଦେଇଛନ୍ତି ।
ବାତ୍ୟା ପ୍ରଭାବରେ ଓଡ଼ିଶାରେ ୨୩ ତାରିଖରୁ ପବନ ଓ ବର୍ଷା ଆରମ୍ଭ ହେବ। ଝଡ଼ ନେଇ ୧୦ ଜିଲାକୁ ୟେଲୋ ୱାର୍ନିଂ ଜାରି ହୋଇଛି । ୨୪ ତାରିଖରେ ଭୀଷଣ ବର୍ଷା ସମ୍ଭାବନା ରହିଛି । ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ ୱାର୍ନିଂ ଜାରି ହୋଇଛି । ସେହିଭଳି ୫ ଜିଲାକୁ ଅରେଞ୍ଜ ଓ ୧୨ ଜିଲାକୁ ୟେଲୋ ୱାର୍ନିଂ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଉପକୂଳରେ ଅଧିକ ବର୍ଷିବ । କେତେକ ସ୍ଥାନରେ ୧୨ରୁ ୨୦ ସେଣ୍ଟିମିଟର ଏବଂ ଆଉ କିଛି ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ହୋଇପାରେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+