Cyclone Dana: କାଲି ତାଣ୍ତବ ରଚିବ ବାତ୍ୟା 'ଦାନା', ପ୍ରଭାବିତ ହେବ ଏହି ୧୧ଟି ଜିଲ୍ଲା!

Cyclone Dana: ଓଡି଼ଶାକୁ ବାତ୍ୟା ଭୟ! ମଝି ରାତିରେ ଶୋଇଥିବା ବେଳେ ଠିକ୍ ସେତିକି ବେଳକୁ ମାଡ଼ ହେବ ବାତ୍ୟା । ୧୦୦ ରୁ ୧୨୦ କିମି ବେଗରେ ପବନ ବହିବ । ଆଉ ତା ସାଙ୍ଗକୁ ମୂଷଳ ଧାରାରେ ବର୍ଷା ହେବ। କଚା ଘର ଉଡିଯିବ ବଡ଼ ବଡ଼ ଗଛ ଉପୁଡି ପଡିବ। ବିଜୁଳି ଖୁଣ୍ଟ ରାସ୍ତାରେ ଶୋଇପଡିବ। ଗୁରୁବାର ରାତିରେ ଏମିତି ତାଣ୍ତବ ରଚିବ ବାତ୍ୟା 'ଦାନା' ।

ଭୀଷଣ ରୂପ ନେଇ ବାତ୍ୟା ଭିତରକନିକା ଦେଇ ସ୍ଥଳଭାଗରେ ୨୪ ତାରିଖ ରାତି ସାଢେ ୧୧ଟାରୁ ସକାଳ ଭିତରେ ମାଡ଼ ହେବ । ପରେ ବାସୁଦେବପୁର-ସୋର ଦେଇ କୁଲଡିଆ ଦେଇ ଅଭୟାରଣ୍ୟ ଭିତରେ ପଶିବ।

Cyclone Dana

ପାଣିପାଗ ବିଭାଗ ଏଭଳି ଭୟାନକ ପୂର୍ବାନୁମାନ କରିଛି। ପବନ ଅପେକ୍ଷା ବର୍ଷାର ପ୍ରକୋପ ଅଧିକ ରହିବ। ୧୧ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ରହିଛି। ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ଉତ୍ତର ଆଣ୍ତାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ବାତ୍ୟା ରୂପ ନେବ। ମଙ୍ଗଳବାର ସଂନ୍ଧ୍ୟାବେଳକୁ ଏହା ପାରାଦୀପ ଠାରୁ ୬୯୦ କିମି ପୂର୍ବରେ କେନ୍ଦ୍ରୀଭୂତ ହୋଇଥିଲା। ଘଣ୍ଟାକୁ ମାତ୍ର ୭ କିଲୋମିଟର ବେଗରେ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇଥିଲା। ଆଜି ସକାଳେ ଏହା ଘନୀଭୁତ ହେବ। ୨୪ ତାରିଖ ଦିନ ସାଢେ ୧୧ ଟାରେ ଭୀଷଣ ବାତ୍ୟା (ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ) ରୂପ ନେବ 'ଦାନା' । ଅର୍ଥାତ୍ ବାତ୍ୟାରେ କେନ୍ଦ୍ରୀୟ ବଳୟରେ ପବନର ବେଗ ୧୦୦ ରୁ ୧୧୦ କିମି ରହିବ।

ଆଇଏମଡିର ବାତ୍ୟା ଗତିପଥ କହୁଛି, ୨୪ ତାରିଖ ରାତି ସାଢେ ୧୧ ଟାରେ ଗହୀର ମଥା ସାମୁଦ୍ରିକ ଅଭୟାରଣ୍ୟ ଉପରେ (୨୦.୫) ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ ୮୭.୧ ଡିଗ୍ରୀ ପୂର୍ବ ଦ୍ରାଘିମା) ପହଞ୍ଚିବ। ରାତି ପ୍ରାୟ ୧୨ ଟା ବେଳକୁ ଭିତରକନିକା ଜାତୀୟ ଉଦ୍ୟାନରେ ମାଡ଼ ହେବ। ଫଳରେ କେନ୍ଦ୍ରାପଡା , ଜଗତସିଂହପୁର ଓଭଦ୍ରକ ଜିଲ୍ଲା ଅଧିକ ପ୍ରଭାବିତ ହେବ। ୨୫ ତାରିଖ ଦିନ ସାଢେ ୧୧ ଟା ବେଳକୁ ଏହା ଦୁର୍ବଳ ହୋଇ ବାଲେଶ୍ବର ଜିଲ୍ଲାର କୁଳଡିହା ଅଭୟାରଣ୍ୟକୁ ଆଗେଇବ।

ତେବେ, ଏହି ବାତ୍ୟା ଯୋଗୁଁ ରାଜ୍ୟରେ ୨୪ ଓ ୨୫ ତାରିଖରେ ପ୍ରବଳ ବର୍ଷା ହେବ। ଆଉ ୧୧ ଟି ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ୨୪ ତାରିଖରେ ମୟୂରଭଂଜ, କଟକ, ଯାଜପୁର,ବାଲେଶ୍ବର , ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର। ଏହିସବୁ ଜିଲ୍ଲା ଗୁଡି଼କରେ ୨୦୦ ମିମିରୁ ଅଧିକ ବର୍ଷା ହେବ। ଏହିସବୁ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି।

କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନୟାଗଡ, ଖୋର୍ଦ୍ଧା, ପୁରୀ ଓ ଗଂଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସୁନ୍ଦରଗଡ଼, ଝାରସୁଗୁଡା, ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି ହୋଇଛି। ସେହିପରି ୨୫ ତାରିଖରେ ମୟୂରଭଂଜ, କେନ୍ଦୁଝର, ବାଲେଶ୍ବର ଓ କେନ୍ଦୁଝରରେ ଅତି ଭୀଷଣ ବର୍ଷା ହେବାର ଆଶଙ୍କା ରହିଛି। ଏହିସବୁ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି। ୨୬ ତାରିଖରେ ବାଲେଶ୍ବର, ମୟୂରଭଂଜ, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ବର୍ଷା ଛେଚିବ। ତେବେ, ଏହି ବାତ୍ୟାରେ ରାଜ୍ୟରେ ୧୧ ଟି ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହେବ ବୋଲି ଆଇଏମଡି ସତର୍କ କରାଇଛି। ସେହି ଜିଲ୍ଲା ଗୁଡିକ ହେଲା, ମୟୂରଭଂଜ, କଟକ, ଯାଜପୁର,ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା , ଜଗତସିଂହପୁର, କେନ୍ଦୁଝର, ଖୋର୍ଦ୍ଧା, ପୁରୀ ଓ ଗଂଜାମ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+