Cyclone Dana: କେତେବେଳେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଦାନା ?
ମାଡ଼ି ଆସୁଛି ବାତ୍ୟା 'ଦାନା' । କେତେବେଳେ ଲ୍ୟାଣ୍ଡଫଲ୍ ? ଆଜି ମଧ୍ୟରାତ୍ରରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ । ରାତି ୩ଟାରୁ ଭୋର୍ ମଧ୍ୟରେ ହୋଇ ଯାଇପାରେ ଲ୍ୟାଣ୍ଡଫଲ୍ । ଭିତରକନିକା-ଧାମରା ମଧ୍ୟରେ ସ୍ଥଳଭାଗକୁ ପଶିବ ଦାନା । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ଆଜି ମଧ୍ୟରାତ୍ରିରୁ ଆସନ୍ତାକାଲି ସକାଳ ଭିତରେ ଲ୍ୟାଣ୍ଡଫଲ୍ କରିବ ।
ଲ୍ୟାଣ୍ଡଫଲ ବେଳେ ବାତ୍ୟାର ବେଗ ଅଧିକ ରହିବା ଅନୁମାନ କରାଯାଉଥିବାରୁ ମାଟି ଘରେ ଥିବା ଲୋକେ ପକ୍କା ଘରକୁ ଚାଳିଯିବାକୁ କୁହାଯାଇଛି। ଏପରିକି ଟିଣ ଘର, ଗଛ, ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିବା ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ବିଦ୍ୟୁତ୍ କାଟ ହେବ, ସେଥିଲାଗି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆଗକୁ ବର୍ଷାର ପରିମାଣ ବଢ଼ିବ। କାରଣ ବାତ୍ୟା ଦୁର୍ବଳ ହେବାର ସମ୍ଭାବନା ନାହିଁ। ଭୀଷଣ ବାତ୍ୟାର ରୂପ ନେଇ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଏପରିକି ଦାନାର ଆଖିକୁ ନେଇ ମଧ୍ୟ ବଡ଼ ଖବର ଆଶିଛି। ଆଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ଗଣମାଧ୍ୟମକୁ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାତ୍ୟା ଦାନାର ଆଖି ସୃଷ୍ଟି ହୋଇନି କି ହେବ ନାହିଁ। ଦାନାର ଆଖି ନାହିଁ। ବହୁତ ବଡ଼ ବାତ୍ୟା ହେଲେ ଆଖି ସୃଷ୍ଟି ହୋଇଥାଏ। ଦାନା ଭୀଷଣ ବାତ୍ୟାରେ ସୀମିତ ଥିବାରୁ ଆଖି ସୃଷ୍ଟି ହୋଇନାହିଁ।

କେନ୍ଦ୍ରାପଡା ଜିଲାର ଭିତରକନିକା ଓ ଭଦ୍ରକ ଜିଲାର ଧାମରା ମଧ୍ୟରେ ସ୍ଥଳଭାଗ ମଧ୍ୟକୁ ପ୍ରବେଶ କରିବ ଦାନା । ସ୍ଥଳ ଭାଗ ଛୁଇଁବା ସମୟରେ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୨୦ କିମି ରହିବ। ତେବେ ଏହାରି ଭିତରେ ବଡ଼ ଖବର ସାମ୍ନାକୁ ଆସିଛି ଯେ, ବାତ୍ୟା 'ଦାନା' ଲ୍ୟାଣ୍ଡଫଲ ପୂର୍ବରୁ ସାମାନ୍ୟ ଦିଗ ବଦଳାଇପାରେ। ପଶ୍ଚିମ ଓ ପଶ୍ଚିମଦକ୍ଷିଣ ଆଡ଼େ ଟିକେ ଦିଗ ବଦଳାଇପାରେ ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି। ଏହା ପ୍ରଭାବରେ ୨୬ ବେଳକୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ।
କେଉଁଠି କେତେ ରହିବ ପବନ ବେଗ
କେନ୍ଦ୍ରାପଡ଼ା: ୧୧୦-୧୨୦ କିମିଭଦ୍ରକ: ୧୧୦-୧୨୦ କିମିବାଲେଶ୍ୱର: ୧୧୦-୧୨୦ କିମିମୟୂରଭଞ୍ଜ: ୮୦-୯୦ କିମିଜଗତସିଂହପୁର: ୬୦-୮୦ କିମିକଟକ: ୬୦-୮୦ କିମିକେନ୍ଦୁଝର: ୬୦-୭୦ କିମିଢେଙ୍କାନାଳ: ୬୦-୭୦ କିମିଖୋର୍ଦ୍ଧା: ୬୦-୭୦ କିମିପୁରୀ: ୬୦-୭୦ କିମି
ନଜର ପକାନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ବର୍ଷାର ପରିମାଣ ଉପରେ
ଗତ ୨୪ ଘଣ୍ଟାରେ ପାରାଦୀପରେ ସର୍ବାଧିକ ୬୨.୯ ମିମି ବର୍ଷା ହୋଇଛି । ଚାନ୍ଦବାଲି ୪୬.୨ ମିମି, ମୟୂରଭଞ୍ଜ ଜିଲ୍ଲା ଚନ୍ଦପୁରରେ ୨୯.୨ ମିମି ପର୍ଯ୍ୟନ୍ତ ବର୍ଷା ରେକର୍ଡ ହୋଇଛି । ସେହିପରି କୁଜଙ୍ଗରେ ୨୭ ମିମି, ରାଜକନିକାରେ ୨୭ ମିମି, ରାଜନଗରରେ ୨୪ ମିମି, ନୀଳଗିରିରେ ୨୩ ମିମି ବର୍ଷା ରେକର୍ଡ ହୋଇଛି । ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଭୀଷଣ ବର୍ଷା ଜାରି ରହିଛି । ପଟ୍ଟାମୁଣ୍ଡାଇରେ ୨୨.୫ ମିମି, ଆଳିରେ ୨୧ ମିମି, ସୋରରେ ୧୯ ମିମି ବର୍ଷା ରେକର୍ଡ ହୋଇଛି ।












Click it and Unblock the Notifications