Cyclone Dana: ବାତ୍ୟା ଆସିଲେ କଣ କରିବେ ? କଣ କରିବେନି ? ବାତ୍ୟା ଦାନାରୁ କେମିତି ରକ୍ଷା ପାଇବେ ?
ମାଡି ଆସୁଛି ସମ୍ଭାବ୍ୟ ବାତ୍ୟା 'ଦାନା' । ହେଲେ କେଉଁଠି ଲ୍ୟାଣ୍ଡଫଲ କରିବ ନିର୍ଦ୍ଦିଷ୍ଟ ସ୍ଥାନ ସ୍ପଷ୍ଟ ହୋଇନାହିଁ । ପୁରୀ ଓ ପଶ୍ଚିମବଙ୍ଗର ସାଗରଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଆଗକୁ ବାତ୍ୟାର ଚିତ୍ର ସ୍ପଷ୍ଟ ହୋଇଯିବ । ଏହାକୁ ନେଇ ଲୋକଙ୍କ ମନରେ ଏବେଠୁ ଛନକା ପଶିଲାଣି । ତେବେ ବାତ୍ୟା ପୂର୍ବରୁ ଓ ବାତ୍ୟା ସମୟରେ କଣ କଲେ ଆପଣ ସୁରକ୍ଷିତ ରହିବେ ଓ କଣ କରିବେ ନାହିଁ ତାହା ଆସନ୍ତୁ ଜାଣିବା ।
ଏହାପରେ ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ସକାଳେ ଆହୁରି ସିଭିୟର ହେବ। ସିଭିୟର ସାଇକ୍ଲୋନିକ ଷ୍ଟିମ ବା ଭୀଷଣ ବାତ୍ୟା ୨୪ ରାତି ଓ ୨୫ ସକାଳ ଭିତରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳର ପୁରୀରୁ ସାଗର ଦ୍ବୀପ ଭିତରେ ଉପକୂଳ ଅତିକ୍ରମ କରିବ। ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ଓ ଝଟକା ପବନବ ୧୨୦ କିଲୋମିଟର ଛୁଇଁପାରେ ବୋଲି ଆକଳନ କରାଯାଇଛି। ତେବେ ବାତ୍ୟା ପୂର୍ବରୁ କେମିତି କରିବେ ପ୍ରସ୍ତୁତି। ବାତ୍ୟା ସମୟରେ ନିଜ ପାଖ କେଉଁ ସବୁ ଅତ୍ୟାବଶ୍ୟକ ସାମଗ୍ରୀ ରହିଖିବା ଜରୁରୀ। ଏଥସହିତ ବାତ୍ୟା ପରେ କିଭଳି ଭାବେ ପରିସ୍ଥିତ କରିବେ ମୁକାବିଲା। ଆସନ୍ତୁ ଜାଣିବା..

ବାତ୍ୟା ପୂର୍ବ ପ୍ରସ୍ତୁତି:
- ଜରୁରୀ କାଗଜପତ୍ରକୁ ସୁରକ୍ଷିତ ଭାବେ ରଖନ୍ତୁ
- ଯଦି ଗୃହ ପାଳିତ ପଶୁ ଅଛନ୍ତି ସେମାନଙ୍କୁ ବି ସୁରକ୍ଷିତ ସ୍ଥାନକୁ ନିଅନ୍ତୁ ଆବଶ୍ୟକ ଅନୁସାରେ ଅର୍ଥାତ ୨ ବା ୩ ଦିନ ପାଇଁ ଆପଣ ଖାଦ୍ୟ ସାମଗ୍ରୀ କିଣି ରଖିପାରିବେ
- ପାଖରେ ଶୁଖିଲା ଖାଦ୍ୟ, ପିଇବା ପାଣି ରଖନ୍ତୁ
- ମେଡିସିନ, ମହମବତୀ, ଟର୍ଚ୍ଚ ଲାଇଟ ରଖିବା ମଧ୍ୟ ଜରୁରୀ।
- ବାତ୍ୟା ହେବା ନେଇ ସୂଚନା ମିଳିବା ପରେ ଏହା ପୂର୍ବରୁ ବାସଗୃହର ଅବସ୍ଥା ଠିକ ଅଛି ନା ନାହିଁ ତାହା ଯାଞ୍ଚ କରିବା ଆବଶ୍ୟକ
- ଘରେ ପିଲାମାନଙ୍କ ସହ ବାତ୍ୟାକୁ ନେଇ ଅବଗତ କରାନ୍ତୁ ଓ ଭୟଭୀତ ନହେବାକୁ କୁହନ୍ତୁ
- ପରିବାର ସହ ବାତ୍ୟାର ଭୟାବହତା ବିଷୟରେ ଆଲୋଚନା କରନ୍ତୁ
- ବାତ୍ୟା ସମୟରେ କିପରି ସୁରକ୍ଷିତ ରହିବେ ସେନେଇ ସମସ୍ତଙ୍କୁ ସଚେତନ କରାନ୍ତୁ
- ଯାହା ଫଳରେ ଜରୁରୀକାଳୀନ ସମୟରେ କ'ଣ କରିବା ଉଚିତ ଓ ଅନୁଚିତ୍ ତାହା ସମସ୍ତେ ଜାଣିପାରିବେ । ଏହା ଦ୍ବାରା ବାତ୍ୟାକୁ ନେଇ ମନରେ ଥିବା ଭୟ ଦୂର ହେବ
- ଗୁରୁତ୍ବପୂର୍ଣ୍ଣ ଜିନିଷ ଏବଂ ଡକ୍ୟୁମେଣ୍ଟଗୁଡ଼ିକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ
- ନିଜ ବ୍ଲଡ ଗ୍ରୁପ ବିଷୟରେ ଅବଗତ ରୁହନ୍ତୁ
- କିରୋସିନ, ଟର୍ଚ୍ଚ ଏବଂ ବ୍ୟାଟେରୀ ଚାଳିତ ଲାଇଟ ପାଖରେ ରଖନ୍ତୁ
- ଅସୁସ୍ଥ ବ୍ୟକ୍ତି, ବୟସ୍କଙ୍କ ଓ ଛୋଟ ପିଲା ମାନଙ୍କୁ ସୁରକ୍ଷିତ ଭାବେ ରଖିବାକୁ ପ୍ରସ୍ତୁତି କରନ୍ତୁ
- ଅତ୍ୟାବଶ୍ୟକ ଖାଦ୍ୟ, ଔଷଧ ଏବଂ ଜଳ ସାତ ଦିନ ପାଇଁ ମହଜୁଦ କରି ରଖନ୍ତୁ
- କମ୍ବଳ ଓ ପୋଷାକ ମଧ୍ୟ ପାଖରେ ମହଜୁଦ କରି ରଖନ୍ତୁ
- ପାଖରେ ପରିବାର ସଦସ୍ୟଙ୍କ ଫଟୋ ରଖନ୍ତୁ, ଯାହା ବାତ୍ୟା ପରେ ଆବଶ୍ୟକ ପଡିପାରେ
- ବାତ୍ୟା ନେଇ ଆସୁଥିବା ଖବର ସହ ଜଡିତ ରୁହନ୍ତୁ
ବାତ୍ୟା ସମୟରେ କଣ କରିବେ :
- ବାତ୍ୟା ବା ଭାରି ବର୍ଷା ସମୟରେ ଆପଣ ଆପଣଙ୍କ ପିଲାଙ୍କୁ ନିଜପାଖରେ ରଖନ୍ତୁ ।
- ବାତ୍ୟାକୁ ନେଇ ଭୟଭୀତ ନହେବା ଲାଗି ପରାମର୍ଶ ଦିଅନ୍ତୁ। କାରଣ ଆପଣ ଭୟଭୀତ ହେଲେ ଆପଣଙ୍କ ପିଲା ବି ଭୟଭୀତ ହେବ।
- ଘରୁ ବାହାରନ୍ତୁ ନାହିଁ। ଘରରର କବାଟ କିମ୍ବା ଝରକାଠାରୁ ଦୂରେଇ ରୁହନ୍ତୁ ।
- ଯଦି କୁଆଡ଼େ ବାହାରକୁ ଯାଇଛନ୍ତି ତେବେ ଛୋଟ ଛୋଟ ଗଳିକନ୍ଦି ରାସ୍ତାରେ ପଶନ୍ତୁ ନାହିଁ।
- ମୋବାଇଲ ପାଖରେ ରଖନ୍ତୁ।
- ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ସମୟରେ ପାଖରେ ଜରୁରୀ ସାମଗ୍ରୀ ରଖନ୍ତୁ
- ଛୋଟ ପିଲା ଭୟଭୀତ ହେଉଥିଲେ ତାଙ୍କୁ ବୁଝାଇବା ଆବଶ୍ୟକ
- ବାତ୍ୟା ସମୟରେ ଘର କବାଟ ଓ ଝରକା ବନ୍ଦ ରଖନ୍ତୁ
- ଗୋଟିଏ ସ୍ଥାନରେ ସମସ୍ତେ ଏକାଠି ହୋଇ ରୁହନ୍ତୁ, କେହିବି ବାହାରକୁ ଯାଆନ୍ତୁ ନାହିଁ
- ଘରେ ଥିବା ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଯାଆନ୍ତୁ
- ବାତ୍ୟା ବିଷୟରେ ପ୍ରତି ମିନିଟରେ ଅବଗତ ରୁହନ୍ତୁ
- ବାତ୍ୟା ପୂର୍ବରୁ କରିଥିବା ପ୍ରସ୍ତୁତିକୁ କାମରେ ଲଗାଇବା ଆବଶ୍ୟକ
- ଘର ଚାରି ପାଖରେ ଥିବା ବଡ ବଡ ଗଛକୁ କାଟି ଦିଅନ୍ତୁ
- ଗରମ ପାଣି ପିଅନ୍ତୁ
- ପାଖରେ ମହଜୁଦ କରି ରଥିବା ରେଡିଓରୁ ବାତ୍ୟା ବିଷୟରେ ଅପଡେଟ ରୁହନ୍ତୁ
ବାତ୍ୟା ସମୟରେ କଣ କରିବେ ନାହିଁ ?
- ବାତ୍ୟାର ଭୟାବହତା ନକମିବା ଯାଏ ବାହାରକୁ ଯାଆନ୍ତୁ ନାହିଁ
- ଘରର ଉପର ମହଲରା ରହିବେ ନାହିଁ
- ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ଯଆନ୍ତୁ ନାହିଁ
- ପୁରୁଣା କୋଠା ଓ କିମ୍ବା ଗଛ ତଳେ ଆଶ୍ରୟ ନେବେ ନାହିଁ
- ବିଦ୍ୟୁତ ତାର ସ୍ପର୍ଶ କରନ୍ତୁ ନାହିଁ
ବାତ୍ୟା ପରେ:-
ବାତ୍ୟା ପରେ ସଙ୍ଗେ ସଙ୍ଗେ ଘରୁ ବାହାରନ୍ତୁ ନାହିଁ । ଭଙ୍ଗା ବିଦ୍ୟୁତ ଖୁଣ୍ଟ ଓ ତାର ଠାରୁ ଦୂରେଇ ରହନ୍ତୁ। ଆଶ୍ରୟ ପାଇଁ ଯଥାଶୀଘ୍ର ସୁରକ୍ଷିତ ସ୍ଥାନକୁ ବାଛନ୍ତୁ। ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଆଉ ଏଥିପାଇଁ ଏମରଜେନ୍ସି ନମ୍ବର ମଧ୍ୟ ଜାରି ରହିଛି । ଓଡିଶା ଜରୁରୀକାଳୀନ ନମ୍ବର-୧୦୭୦, ଏନଡିଆରଏଫ ନମ୍ବର-୦୧୧-୨୪୩୬୩୨୬୦ ଏବଂ ଆଇଏମଡି ନମ୍ବର-୦୬୭୪-୨୪୩୧୧୫୫ ଜାରି କରାଯାଇଛି । ଆପଣ ଏହି ନମ୍ବରକୁ ଜରୁକାଳୀନ ପରିସ୍ଥିତିରେ ଯୋଗାଯୋଗ କରିପାରିବେ ।












Click it and Unblock the Notifications