Cyclone dana: କେନ୍ଦ୍ରାପଡ଼ାରେ ଉପୁଡ଼ିଲା ଗଛ, ୯ ବ୍ଲକର ୨୪୯ଟି ପଞ୍ଚାୟତ ପ୍ରଭାବିତ

କେନ୍ଦ୍ରାପଡ଼ା: ଓଡ଼ିଶା‌ ଉପକୂଳରେ ମାଡ଼ ହୋଇଛି ଭୀଷଣ ବାତ୍ୟା 'ଦାନା'। ଧାମରାର ଦକ୍ଷିଣ-ଦକ୍ଷିଣପୂର୍ବ ୨୦ କିମି ଦୂର ଅର୍ଥାତ୍‌ ଭିତରକନିକା ଅନ୍ତର୍ଗତ ହାବେଳିଖଟି ନେଚର୍‌ କ୍ୟାମ୍ପ ନିକଟରେ ରାତି ୧୨ଟାରେ ସ୍ଥଳଭାଗ ଛୁଇଁଛି।ବାତ୍ୟା ଦାନା ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ୍ ନ' ମୌଜା ଅଞ୍ଚଳରେ ରାସ୍ତାରେ ଗଛ ଭାଙ୍ଗି ପଡି ରାସ୍ତା ଅବରୋଧ ହୋଇଥିଲା l ଖବର ପାଇ ଓଡ୍ରାଫ୍ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଂଚି କଟର ସାହାଯ୍ୟରେ ଗଛ କାଟି ରାସ୍ତା ସଫା କରିଛନ୍ତିl କେନ୍ଦ୍ରାପଡା ଜିଲାର ୯ଟି ବ୍ଲକର ୨୪୯ ଗୋଟି ପଞ୍ଚାୟତ ବାତ୍ୟା ଦ୍ଵାରା ପ୍ରଭାବିତ ହୋଇଛି l

ଖବରପାଇ ସଙ୍ଗେ ସଙ୍ଗେ ଓଡ୍ରାଫ୍ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଂଚି ଥିଲା । ପରେ କଟର ସାହାଯ୍ଯରେ ଗଛ କାଟି ରାସ୍ତା ସଫା କରୁଛନ୍ତି l କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକର ୨୪୯ଟି ପଞ୍ଚାୟତ ବାତ୍ୟା ଦ୍ଵାରା ପ୍ରଭାବିତ ହୋଇଛି l ଜିଲ୍ଲାରେ ମୋଟ ୧୫୯୩ଟି ଗାଁ ବାତ୍ୟା କବଳରେ କବଳିତ । ୧୫ଲକ୍ଷ ୮୪ ହଜାର ୩୯୭ ଜଣ ବାତ୍ୟା ଦ୍ଵାରା ପ୍ରଭାବିତ ହୋଇଛି । ୯୮ ହଜାର ୫୫୪ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପ୍ରଭାବିତଙ୍କୁ ରନ୍ଧା ଖାଦ୍ୟ ଦେବା ପାଇଁ ଯୋଜନା ରହିଥିବା ସୂଚନା ମିଳିଛି ।

cyclone dana Uprooted tree in Kendrapar

ସୂଚନା ଅନୁସାରେ , ସ୍ଥଳଭାଗ ଛୁଇଁଲା ଭୀଷଣ ବାତ୍ୟା 'ଦାନା'। ରାତି ୧୨ଟା ୦୫ରେ କଲା ଲ୍ୟାଣ୍ଡଫଲ୍। ଭିତରକନିକା ହବାଳିଖଟି ନେଚରକ୍ୟାମ୍ପ ଥିଲା ଲ୍ୟାଣ୍ଡଫଲ୍‌ର କେନ୍ଦ୍ରସ୍ଥଳ। ଆଉ ଏହି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ସକାଳ ପର୍ଯ୍ୟନ୍ତ ଚାଲିବ। ବାତ୍ୟା ପ୍ରଭାବରେ ଭିତରକନିକା ଅଞ୍ଚଳରେ ପ୍ରବଳ ପବନ ହେଉଛି। ଘଣ୍ଟାପ୍ରତି ଏଠାରେ ୧୦୦ରୁ ୧୨୦ କିମି ବେଗରେ ପବନ ବହୁଛି। ପବନ ପ୍ରଭାବରେ ଭିତରକନିକାରେ ଜୁଆର ଉଠୁଛି। ପ୍ରାୟ ୧ ମିଟର ଉଚ୍ଚ ପର୍ଯ୍ୟନ୍ତ ଜୁଆର ଉଠି ମାଡ଼ି ଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+