ବାତ୍ୟା ‘ଦାନା, ଆଜି ଦିନ ୧୧ଟା ସୁଦ୍ଧା ସରିବ ସ୍ଥାନାନ୍ତର କାମ: ମୁଖ୍ୟମନ୍ତ୍ରୀ
ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ ସାମୁଦ୍ରିକ ଝଡ଼ 'ଦାନା' ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଏହି ସମ୍ଭାବ୍ୟ ଝଡ଼ ୨୪ ତାରିଖରେ ଉପକୂଳ ଛୁଇଁବ ବୋଲି ଆକଳନ କରାଯାଇଛି। ଏହାର ପ୍ରଭାବ କେନ୍ଦ୍ରାପଡ଼ା ଜିଲାରେ ବୁଧବାର ଅପରାହ୍ନଠାରୁ ଦେଖିବାକୁ ମିଳିଛି। ବିପଦସଙ୍କୁଳ ଅଞ୍ଚଳରୁ ବର୍ତ୍ତମାନ ୩୦% ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସାରିଛି। ଆଜି ଦିନ ୧୧ଟା ସୁଦ୍ଧା ସ୍ଥାନାନ୍ତର କାମ ସରିବ।ଗତକାଲି ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିବା ପରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ବାତ୍ୟା ପରିଚାଳନାକୁ ଅତ୍ୟନ୍ତ ଗୁରତର ସହ ନେଇଛନ୍ତି ସରକାର। SRCଙ୍କ କାର୍ଯ୍ୟାଳୟରେ ଦିନ ରାତି ମନିଟରିଂ ଚାଲିଛି, ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କ ପାଇଁ ବ୍ୟବସ୍ଥା ହୋଇଛି। ମନ୍ତ୍ରୀମାନଙ୍କୁ ଜିଲ୍ଲା ଦାୟିତ୍ୱ ବଣ୍ଟନ କରାଯାଇଛି। ଜିରୋ କାଜୁଆଲିଟି ଆମ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସେପଟେ SRC କାର୍ଯ୍ୟାଳୟରେ ଥିବା ଏମର୍ଜେନ୍ସି କଣ୍ଟ୍ରୋଲ ରୁମକୁ ଯାଇ ସାଟେଲାଇଟ୍ ଚିତ୍ରରୁ ବାତ୍ୟାର ସ୍ଥିତି ସଂପର୍କରେ ଅନୁଧ୍ୟାନ କରିବା ସହ ସାଟେଲାଇଟ ଫୋନର କାର୍ଯ୍ୟକାରିତା ପରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସ୍ଥିତି ପରଖିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ୩୦% ଲୋକଙ୍କୁ ସ୍ଥାନାନ୍ତର କରାଯାଇ ଆଶ୍ରୟ ସ୍ଥଳୀରେ ପହଞ୍ଚା ସରିଛି। ଏହି ପ୍ରକ୍ରିୟାରେ ସମୁଦାୟ ୩ ଲକ୍ଷରୁ ୪ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଜିରୋ କାଜିଆଲିଟି ଆମ ଲକ୍ଷ୍ୟ। ଲୋକମାନେ ଯେପରି ସର୍ବନିମ୍ନ ସୁବିଧା ରନ୍ଧାଖାଦ୍ୟ, ମେଡିସିନ ଆଦି କିପରି ପାଇପାରିବେ ସେ ନେଇ ବ୍ୟାପକ ପ୍ରସ୍ତୁତି ହୋଇ ସାରିଛି।
ବାତ୍ୟା ଦାନା ଏବେ ଧାମରା ବନ୍ଦରଠାରୁ ଉତ୍ତରରେ ଶୁକ୍ରବାର ସକାଳୁ ସ୍ଥଳଭାଗରେ ପ୍ରବେଶ କରିବ । ଏହାପରେ ସାମାନ୍ୟ ଦିଗ ବଦଳାଇବ । ମନ୍ଥର ଗତିରେ ଆଗେଇବ ଭଦ୍ରକ ଜିଲ୍ଲାର ବାସୁଦେବପୁର ଦେଇ ବାଲେଶ୍ୱର ଜିଲ୍ଲାର ସିମୁଳିଆ ବ୍ଲକ୍ରେ ପହଞ୍ଚିବ ୨୫ ତାରିଖ ମଧ୍ୟାହ୍ନ ବେଳକୁ । ସେ ଯାଏ ଭୀଷଣ ରୂପରେ ଥିବ ବାତ୍ୟା । ଏହାପରେ ତ୍ୱରିତ୍ ବେଗରେ ଦୁର୍ବଳ ହୋଇଯିବ ।
ପାଣିପାଗ ବିଭାଗ (ଆଇଏମ୍ଡି)ର ବାତ୍ୟା ଗତିପଥ ଏପରି ପୂର୍ବାନୁମାନ ଦେଇଛି । ଏକଥା ବି ସୂଚାଇଛି ଯେ 'ଦାନା'ର କେନ୍ଦ୍ରୀୟ ମଣ୍ଡଳ ଦକ୍ଷିଣ ପଶ୍ଚିମ ଭୁବନେଶ୍ୱର କଟକ ଠାରୁ ଉତ୍ତର ପଶ୍ଚିମରେ ଆନନ୍ଦପୁର, ଘଟଗାଁ ଓ କେନ୍ଦୁଝର ଯାଏ ବ୍ୟାପିବ ଯେଉଁଠି ପବନର ଗତି ୧୨୦ କିମି ଯାଏ ରହିପାରେ । ଅଣଚାଷ ପବନ ସାଙ୍ଗକୁ ଭୀଷଣ ବର୍ଷା ନେଇ ଆସିବ 'ଦାନା' । ୭ ଜିଲ୍ଲାରେ ଭୟାନକ ବର୍ଷା ହେବ । ୨୦୦ରୁ ୩୦୦ ମିମି ଯାଏ ବର୍ଷା ହୋଇପାରେ । ପବନ ଓ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଆଶଙ୍କା ଅଛି ।












Click it and Unblock the Notifications