ବାତ୍ୟା ‘ଦାନା': ସରିଲା ବାତ୍ୟା, ବଢିଲା ଦୁର୍ଦ୍ଦଶା, ଛାରଖାର କଲା ବାତ୍ୟା
ବାତ୍ୟା 'ଦାନା'ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି । ବାତ୍ୟା ଲ୍ୟାଣ୍ଡଫଲ ପରେ ୩ ଜିଲାକୁ ରେଡ ଆଲର୍ଟ ଜାରି ହୋଇଛି। ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଜିଲାରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି କରାଯାଇଛି। ତେବେ କାହାର ଘର ଭାଙ୍ଗିଛି ତ ଆଉ କାହାର କଣ । ବାତ୍ୟା ସମସ୍ତଙ୍କୁ ଛାରଖାର କରି ଦେଇଛି । ଜୁଆର ମାଡି ଆସିଛି । ଭଦ୍ରକ , ବାଲେଶ୍ଵର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଅଧିକ କ୍ଷତି ହୋଇଛି।
ବାତ୍ୟା ଦାନା ପ୍ରଭାବରେ ଭଦ୍ରକ ଜିଲା ବାସୁଦେବପୁର ଚାନ୍ଦବାଲି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଗଛ ପଡ଼ି ଘର ଭାଙ୍ଗିବା ସହ ରାସ୍ତାରେ ଗଛ ପଡ଼ି ଅବରୋଧ ହୋଇଛି। ଏନ୍ଡିଆର୍ଏଫ୍ ଓ ଅଗ୍ନିଶମ ବାହିନୀ ଗଛ କାଟି ସଫା କରୁଛନ୍ତି।
ବାସୁଦେବପୁର- ଏରତାଳ ରାସ୍ତାରେ ଗଛ ପଡ଼ି ଅବରୋଧ ହୋଇଛି। ଏରତାଳ ଗ୍ରାମର ଉଷାରାଣୀ ନାୟକଙ୍କ ଘର ଉପରେ ଗଛ ଭାଙ୍ଗି ପଡ଼ିଥିବାରୁ ସେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ସେହିପରି ଚାନ୍ଦବାଲିର ବିଭିନ୍ନ ରାସ୍ତାରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବର୍ଷା ଲାଗି ରହିଥିବାରୁ ଗଛ କାଟି ରାସ୍ତା ସଫା କରିବାରେ ଟିକେ ବିଳମ୍ବ ହେଉଛି।

ବାତ୍ୟାର ପ୍ରଭାବରେ ଚାନ୍ଦବାଲିରେ ସର୍ବାଧିକ ୧୫୮.୬ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ରାଜକନିକାରେ ୧୫୬ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ମାର୍ଶାଘାଇ ୧୧୦, ରାଜନଗରରେ ୧୦୦, ବାଲେଶ୍ବର ଔପଦାରେ ୧୦୯, ବାସୁଦେବପୁରରେ ୧୧୦, ଆଳି ୮୦, ପାରାଦୀପ ୭୬.୪, ଡେରାବିଶରେ ୭୨ ମିମି ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷେ ବର୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ବନ୍ୟା ଆଶଙ୍କା ରହିଛି।












Click it and Unblock the Notifications