Cyclone Dana: ସ୍ଥଳ ଭାଗ ଛୁଇଁଲା ବାତ୍ୟାର ବାହ୍ୟ ବଳୟ

ସ୍ଥଳ ଭାଗ ଛୁଇଁଲା ବାତ୍ୟାର ବାହ୍ୟ ବଳୟ । ପାରାଦୀପ ରାଡାରରୁ ମିଳିଥିବା ତଥ୍ୟ ଅନୁଯାୟୀ ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ କରିଛି l

ଆଜି ସନ୍ଧ୍ୟା ପରଠାରୁ ଉପକୂଳ ଜିଲ୍ଲାରେ ବର୍ଷା ହେବ । ଧାମରା ଓ ପାରାଦୀପ ବନ୍ଦରକୁ ୪ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ଏଥି ସହିତ ଗୋପାଳପୁରରେ ୨ ନମ୍ବର ବିପଦ ସଙ୍କେତ ଦିଆଯାଇଛି।। ଅନ୍ୟପଟେ ସମୁଦ୍ରରେ ଉଚ୍ଚ ଜୁଆର ଆସିବା ନେଇ ୩ଟି ସ୍ଥାନକୁ ସତର୍କ ସୂଚନା ଜାରି କରିଛି ଆଇଏମଡି। ବାଲେଶ୍ବର କୁମ୍ଭୀରଗଡ଼ିରେ ୦.୫ ମିଟରରୁ ୧.୫ ମିଟର ଉଠିପାରେ ଜୁଆର। ଭଦ୍ରକ ମୋହନପୁରରେ ୦.୮ ମିଟରରୁ ୧.୪ ମିଟର ଓ କେନ୍ଦ୍ରାପଡ଼ା ଟିକାୟତନଗରରେ ୦.୨ ମିଟରରୁ ୦.୯ ମିଟର ଉଠିପାରେ ଜୁଆର।

Cyclone Dana

ଅକ୍ଟୋବର ୨୪ ଓ ୨୫ ତାରିଖରେ ପ୍ରବଳ ବର୍ଷା ସହ ପବନର ବେଗ ବଢିବ । ବାତ୍ୟା 'ଦାନା' ସ୍ଥଳଭାଗ ସ୍ପର୍ଶ କରିବା ସମୟରେ ପବନର ବେଗ ୧୧୦ ରହିବ । ଜଗତସିଂହପୁର ଓ ଭଦ୍ରକରେ ୧୧୦ କିମି ବେଗରେ ପବନ ବହିବ ।ବାଲେଶ୍ୱର ଓ କେନ୍ଦୁଝରରେ ୧୧୦ କିମି ରହିବ ପବନର ବେଗ ।ମୟୁରଭଞ୍ଜରେ ୮୦ ରୁ ୯୦ କିମି ରହିବ ପବନର ବେଗ ।ପୁରୀ ଓ କଟକରେ ୬୦-୮୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ଯାଜପୁର, ଖୋର୍ଦ୍ଧା, ଭୁବନେଶ୍ୱରରେ ୬୦-୭୦ ବେଗରେ ପବନ ବହିବା ସମ୍ଭାବନା ରହିଛି । ଢେଙ୍କାନାଳ ଓ କେନ୍ଦୁଝରରେ ୬୦ ରୁ ୭୦ କିମି ବେଗରେ ପବନ ବହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+