ବାତ୍ୟା ଦାନା କ୍ଷତି ଆକଳନ ପାଇଁ ଆସିବେ କେନ୍ଦ୍ରୀୟ ଟିମ୍: ୨୪ରୁ ୨୭ କରିବେ ଆକଳନ
ବାତ୍ୟା ଦାନା କ୍ଷତି ଆକଳନ ପାଇଁ ଆସିବେ କେନ୍ଦ୍ରୀୟ ଟିମ୍। ୨୪ ତାରିଖରେ ଟିମ୍ ପହଞ୍ଚିବ କହିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଟିମ୍ ରହିବେ ବୋଲି କହିଲେ ସୁରେଶ। ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ପି.କେ ରାୟଙ୍କ ନେତୃତ୍ବରେ ଆସିବ ଟିମ୍। ୭ ଜଣିଆ ଟିମ୍ ଆସିବେ, କ୍ଷତିଗ୍ରସ୍ତ ଜିଲ୍ଲା ଗସ୍ତ କରିବେ।

୨୫ରେ ଭଦ୍ରକ, ବାଲେଶ୍ବର ଓ କେନ୍ଦ୍ରାପଡ଼ା ଯିବ ଟିମ୍ । ଜିଲ୍ଲାରୁ ଫେରିବା ପରେ ୨୬ରେ ଭୁବନେଶ୍ବରରେ ଅଧିକାରୀଙ୍କ ସହ ମିଟିଂ । ଟିମ୍ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିବେ ବୋଲି କହିଲେ ମନ୍ତ୍ରୀ ।












Click it and Unblock the Notifications