Cyclone Dana: ଭୀଷଣ ବାତ୍ୟା ନେଇ ଉପକୂଳଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା
ଭୀଷଣ ବାତ୍ୟା ନେଇ ଉପକୂଳଆଡ଼କୁ ମାଡ଼ି ଆସୁଛି ବାତ୍ୟା 'ଦାନା'। ଗୁରୁବାର ମଧ୍ୟରାତ୍ରରେ ଏହା ସ୍ଥଳଭାଗ ଛୁଇଁବ। ବର୍ତ୍ତମାନ ଏହା ପାରାଦୀପଠାରୁ ୧୮୦ କିମି ଦୂରରେ ଥିବା ବେଳେ ଧାମରାଠାରୁ ୨୧୦ କିମି ଦୂରରେ ରହିଛି। ରାତିରେ ଲ୍ୟାଣ୍ଡଫଲ ହେବାକୁ ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ବାତ୍ୟାର ବେଗ ଅଧିକ ରହିବା ଅନୁମାନ କରାଯାଉଥିବାରୁ ମାଟି ଘରେ ଥିବା ଲୋକେ ପକ୍କା ଘରକୁ ଯାଆନ୍ତୁ। ଟିଣ ଘର, ଗଛ, ବିଦ୍ୟୁତ ଖୁଣ୍ଟ ଉପୁଡ଼ିବା ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ବିଦ୍ୟୁତ କାଟ୍ ହେବ, ସେଥିଲାଗି ସତର୍କ ରୁହନ୍ତୁ।
ଭୁବନେଶ୍ୱରରେ ଆଗକୁ ବର୍ଷାର ପରିମାଣ ବଢ଼ିବ। କାରଣ ବାତ୍ୟା ଦୁର୍ବଳ ହେବାର ସମ୍ଭାବନା ନାହିଁ। ଭୀଷଣ ବାତ୍ୟାର ରୂପ ନେଇ ଏହା ସ୍ଥଳଭାଗ ଛୁଇଁବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଆଜି ସନ୍ଧ୍ୟା ୫ରୁ ସକାଳ ୯ ଯାଏଁ ବିମାନ ସେବା ବନ୍ଦ । ଭୁବନେଶ୍ୱର ବିମାନ ବନ୍ଦରରେ ବନ୍ଦ ରହିବ ବିମାନ ଚଳାଚଳ । କାଲି ସକାଳେ ପୁଣି ସମୀକ୍ଷା କରିବେ ବିମାନ ବନ୍ଦର କର୍ତ୍ତୃପକ୍ଷ । ତେବେ ଏନେଇ ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ କହିଛନ୍ତି, ଏଥିରେ ୪୦ ବିମାନର ସେବା ପ୍ରଭାବିତ ହେବ । ଯେଉଁଥିରେ କିଛି ବନ୍ଦ ରହିବ, କିଛି ବିଳମ୍ବ ହେବ, କିଛି ରିସିଡ୍ୟଲ ହେବ କି ଟିକେଟ କ୍ୟାନସଲ ହେବ । ହେଲେ ଯାତ୍ରୀଙ୍କ ସୁରକ୍ଷା ବଡ଼ । ଏବେ ଦିଲ୍ଲୀ ହେଡ଼କ୍ୱାର୍ଟର ଓ ବେସାମାରିକ ବିମାନ ଚଳାଚଳ ମନ୍ତ୍ରାଳୟ ମନିଟରିଂ କରୁଛନ୍ତି । ସେମାନେ ଆମକୁ ବୈଷୟିକ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ପର ଗାଇଡ଼ଲାଇନ ଅନୁସାରେ ପୁଣି ବିମାନ ସେବା ନେଇ ନିଷ୍ପତ୍ତି ନିଆଯିବ । ଅନ୍ତର୍ଜାତୀୟ ବିମାନ ଭାବେ ଆଜି କୁଆଲାମପୁର ବିମାନ ସେବା ବି ବନ୍ଦ ରହିବ । ଯେଉଁମାନେ ଟିକେଟ କରିଛନ୍ତି, ବିମାନ କମ୍ପାନୀ ସମ୍ପୂର୍ଣ୍ଣ ରିଫଣ୍ଡ ଦେବେ କି ରିସ୍ୟୁଡୁଲ କରିବେ ଫ୍ଲାଇଟ, ଯାହା ଡିଜିସିଏ ନିୟମ ରହିଛି ।












Click it and Unblock the Notifications