ବାତ୍ୟା ଦାନା: ସତର୍କ କରାଇଲେ SRC, ୨୩ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା, ପବନ
ବାତ୍ୟାକୁ ନେଇ ଜରୁରୀ ବୈଠକ ପରେ ପ୍ରେସମିଟ୍ କରିଛନ୍ତି SRC । ସେ କହିଛନ୍ତି ଓଡ଼ିଶାରେ ବାତ୍ୟା ଆଶଙ୍କା ରହିଛି । ଲଘୁଚାପର ରୂପ ନେବାପରେ ଓଡ଼ିଶା ପଶ୍ଚିମବଙ୍ଗ ଆଡେ ଗତି କରିବ ଏହି ବାତ୍ୟା 'ଦାନା' । ଅକ୍ଟୋବର ୨୪ ତାରିଖରେ ଲଘୁଚାପ ବାତ୍ୟାର ରୂପ ନେଇପାରେ । ଆସନ୍ତା ୨୩ ତାରିଖରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଉଛି । ଏଣୁ ୨୪ ଓ ୨୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ।
ବାତ୍ୟା ଦାନା ପ୍ରଭାବରେ ପୁରୀ, ଗଞ୍ଜାମ ଓ ଜଗତସିଂହପୁରରେ ଅତି ପ୍ରବଳ ବର୍ଷା ହେବ । ୨୪ ତାରିଖରେ ବାତ୍ୟା ଓଡ଼ିଶା ଛୁଇଁବ କି ନାହଁ ତାହା ଏବେଠାରୁ ଆକଳନ କରାଯାଇ ପାରିବ ନାହିଁ । ବାତ୍ୟା ଆଶଙ୍କାରେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରଯାଇଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ସବୁ ଜିଲ୍ଲାପାଳଙ୍କୁ ଏନେଇ ସତର୍କ କରାଯାଇଛି । ଆଜି ସକାଳେ ସବୁ ଜିଲ୍ଲାପାଳ ନିଜ ଜିଲ୍ଲାର ତଦାରଖ କରିବେ । ଏବେ ଉଦ୍ଧାର କାର୍ଯ୍ୟ ପାଇଁ ଯଥେଷ୍ଟ ଟିମ୍ ଅଛି ।

ଦୁଇ ସପ୍ତାହ ସମୟ ଥିବା ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ମୁକାବିଲା ପାଇଁ ରାଜ୍ୟ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ । ତେବେ ସାଧାରଣ ଲୋକଙ୍କୁ ଅଯଥାରେ ଡରିବାକୁ ମନା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି । କାରଣ ଆବଶ୍ୟକ ପଡିଲେ କେନ୍ଦ୍ର ସରକାରଙ୍କ ସହାୟତା ନିଆଯିବ । ଏବେଠାରୁ ଓଡ୍ରାଫ୍ ଆଉ ODRAFକୁ ସଜାଗ କରାଯାଇଛି । ଅଧିକ ଆବଶ୍ୟକ ପଡ଼ିଲେ ଅନ୍ୟ ରାଜ୍ୟ ଓ କେନ୍ଦ୍ରସରକାରଙ୍କୁ ଜଣାଇବୁ ବୋଲି କହିଛନ୍ତି SRC ।












Click it and Unblock the Notifications