Cyclone Dana: ୨୬, ୨୭, ୨୮ ତାରିଖ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ
ଆଉ ୩ ଦିନ ବନ୍ଦ ରହିବ ଶିମିଳିପାଳ।୨୬, ୨୭, ୨୮ ତାରିଖ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ । ପ୍ରବଳ ବର୍ଷା ଯୋଗୁଁ ଆଉ ୩ ଦିନ ଶିମିଳିପାଳ ବନ୍ଦ। ପୂର୍ବରୁ ୨୪ ଓ ୨୫ ତାରିଖ ବନ୍ଦ ଘୋଷଣା ହୋଇଥିଲା ।

ବାତ୍ୟା ପରର ସ୍ଥିତି ନେଇ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ସୂଚନା । ଅନେକ ସ୍ଥାନରେ ବଡ଼ବଡ଼ ଗଛ ପଡ଼ିଛି । ୨୪ ଘଣ୍ଟା ଭିତରେ ସମସ୍ତ ରାସ୍ତାକୁ ସଫା କରାଯିବ । ବିଶେଷ କରି କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ପ୍ରଭାବିତ । ଯଦି କେହି ଅସୁବିଧା ସାମ୍ନା କରିଥାନ୍ତି ୧୧୨କୁ କଲ୍ କରନ୍ତୁ। ରାସ୍ତା ସଫା ପରେ ଘର ଉପରେ ପଡ଼ିଥିବା ଗଛ କଟାଯିବ ।
ବାତ୍ୟା 'ଦାନା' ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଥିବା ବେଳେ ବାଲେଶ୍ବର ଜିଲାରେ ମଧ୍ୟ ତୁହାକୁ ତୁହା ବର୍ଷା ଲାଗି ରହିଛି । ଦେବଗିରି ପାହାଡ଼ରେ ମଧ୍ୟ ପ୍ରବଳ ବର୍ଷା ହେଉଛି । ଏଥିଯୋଗୁ ଝରଣାରେ ପାଣି ମାଡି ଆସିବାରୁ ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର ବୁଡିଯାଇଛି । ଫଳରେ ୩ ଦିନ ପାଇଁ ଶୈବପୀଠ ବନ୍ଦ ହୋଇଛି । ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।












Click it and Unblock the Notifications