Cyclone Dana: ଶୁକ୍ରବାର କନ୍ଧମାଳ ଜିଲାରେ ବନ୍ଦ ରହିବ ସ୍କୁଲ

ଶୁକ୍ରବାର କନ୍ଧମାଳ ଜିଲାରେ ବନ୍ଦ ରହିବ ସ୍କୁଲ। ବାତ୍ୟା 'ଦାନା'କୁ ଦୃଷ୍ଟିରେ ରଖି ଜିଲା ଶିକ୍ଷାଧିକାରୀ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି। ଏହା ପୂର୍ବରୁ ରାଜ୍ୟ ସରକାର ୧୪ ଜିଲାରେ ୨୩ରୁ ୨୫ ଯାଏ ସ୍କୁଲ ଛୁଟି ଘୋଷଣା କରିଥିଲେ। ସେହି ଜିଲାଗୁଡିକ ହେଉଛି ଗଞ୍ଜାମ, ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା,ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼ ଓ କଟକ। ଏହି ସବୁ ଜିଲାରେ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ।

ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ମୁହାଁ ହେଉଛି 'ଦାନା'। ଗତ ୬ ଘଣ୍ଟାରେ ୧୦ କିମି ବେଗରେ ଗତି କରୁଛି। ପାରାଦୀପର ଦକ୍ଷିଣପୂର୍ବକୁ ୧୫୦ କିମି ଏବଂ ଧାମରାର ଦକ୍ଷିଣ ଦକ୍ଷିଣ-ପୂର୍ବର ୧୮୦ କିମି ଦୂରରେ ବାତ୍ୟା ରହିଛି। ସେହିପରି ସାଗର ଦ୍ବୀପର ଦକ୍ଷିଣକୁ ୨୫୦ କିମି ଦୂରରେ ରହିଛି। ଆଜି ମଧ୍ୟରାତି ଓ କାଲି ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଭିତରକନିକା ଓ ଧାମରା ପାଖରେ ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରାଯାଉଛି।

Cyclone Dana
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+