Cyclone Dana: ବର୍ଷା ଲାଗି ରହିଥିବାରୁ ରାଜ୍ୟର ୫ ଜିଲାରେ ସ୍କୁଲକୁ ଛୁଟି
ବର୍ଷା ଲାଗି ରହିଥିବାରୁ ରାଜ୍ୟର ୫ ଜିଲାରେ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱରର ଆକଳନ ଅନୁଯାୟୀ, ଶନିବାର ପ୍ରବଳ ବର୍ଷା ହେବା ନେଇ ୨୧ ଜିଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ତେବେ ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ଏହି ୫ଟି ଜିଲାର ଜିଲାପାଳ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି। ଏନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ସୂଚନା ଜାରି କରାଯାଇଛି।
ଦୁର୍ବଳ ହେଉଛି ବାତ୍ୟା ଦାନା । ଆହୁରି ଦୁର୍ବଳ ପଡ଼ି ଡିପ୍ରେସନରେ ପରିଣତ ହୋଇଛି । ଏବେ ଉତ୍ତର ଓଡ଼ିଶା ଉପରେ ସକ୍ରିୟ ରହିଛି ଅବପାତ । ଏହା ଭଦ୍ରକରୁ ୫୦ କିଲୋମିଟର ଉତ୍ତର ପଶ୍ଚିମ ଓ କେନ୍ଦୁଝରରୁ ୭୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି । ଅବପାତ ଉତ୍ତର ପଶ୍ଚିମ ଦିଗରେ ଓଡ଼ିଶା ଦେଇ ଅତିକ୍ରମ କରିବା ସହ ଆହୁରି ଦୁର୍ବଳ ପଡ଼ି ଆଜି ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହେବ ।

ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ସକାଳ ସାଢ଼େ ୮ଟା ଯାଏ ୪ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଦେଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର । ଏସବୁ ଜିଲ୍ଲାର କିଛି ସ୍ଥାନରେ ଅତି ମୂଷଳଧାରାରେ ବର୍ଷା ଅର୍ଥାତ୍ ୨୦ ସେଣ୍ଟିମିଟରରୁ ବି ଅଧିକ ହେବା ସମ୍ଭାବନା ରହିଛି ।
ଗତକାଲି ମଝି ରାତିରେ ମାଡ଼ ହେଲା ଭୀଷଣ ବାତ୍ୟା ଦାନା । ଭିତରକନିକା ପାଖରେ ମାଟି ଛୁଇଁଲା, ଯେଉଁବାଟ ଦେଇ ଗଲା, ତାଣ୍ଡବ ରଚିଲା । ହବାଳିଖଟିରେ ଲ୍ୟାଣ୍ଡଫଲ୍ ପରେ ପ୍ରାୟ ୯ ଘଣ୍ଟା ଧରି ଚାଲିଲା ସ୍ଥଳଭାଗରେ ପ୍ରବେଶ ପ୍ରକ୍ରିୟା । ବର୍ଷା ଓ ପବନ ସାଙ୍ଗକୁ କୂଳରେ ପିଟି ହେଉଥିଲା ସମୁଦ୍ରର ଉଚ୍ଚ ଜୁଆର ।












Click it and Unblock the Notifications