ବାତ୍ୟା ଦାନା ପରର ସ୍ଥିତି ନେଇ ରାଜସ୍ବ ମନ୍ତ୍ରୀଙ୍କ ସୂଚନା: ଶକ୍ତି ଓ ସ୍ବାସ୍ଥ୍ୟ ବିଭାଗ ଭଲ କାମ କରିଛନ୍ତି
ବାତ୍ୟା ପରର ସ୍ଥିତି ନେଇ ରାଜସ୍ବ ମନ୍ତ୍ରୀଙ୍କ ସୂଚନା। ୪ ଘଣ୍ଟା ଭିତରେ ରାସ୍ତା ସଫା ସରିଗଲାଣି । ଟେଲିକମ୍ୟୁନିକେସନ ବିଭାଗରୁ ଅଭିଯୋଗ ଆସିନି । ଶକ୍ତି ଓ ସ୍ବାସ୍ଥ୍ୟ ବିଭାଗ ଭଲ କାମ କରିଛନ୍ତି । ସୂର୍ଯ୍ୟାସ୍ତ ପୂର୍ବରୁ ସବୁ ସ୍ଥାନକୁ ବିଦ୍ୟୁତ ଆସି ସାରିଥିବ । ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ ୧୬ ଶହ ମା' ପ୍ରସବ କରିଛନ୍ତି। ଏମାନଙ୍କ ମଧ୍ୟରେ ୧୩ ମା' ଯାଆଁଳା ଶିଶୁ ଜନ୍ମ ଦେଇଛନ୍ତି। ଶ୍ରାବଣୀ ଦିଦି ୭ ଜଣଙ୍କୁ କାନ୍ଧରେ ବୋହି ଉଦାହରଣ ପାଲଟିଛନ୍ତି ।
ବାତ୍ୟା ମୁକାବିଲାରେ ଘଟଣାସ୍ଥଳରେ ଗାଁର ଆଶାଦିଦିଙ୍କ ଠାରୁ ଆରମ୍ଭ କରି ଏନଡିଆରଏଫ୍ ଓ ଓଡ୍ରାଫ୍ ଟିମଙ୍କ ସହ ଶକ୍ତି ବିଭାଗ, ସ୍ୱାସ୍ଥ୍ୟ ବିଭାଗର ଅବଦାନକୁ ବଖାଣିଲେ ମନ୍ତ୍ରୀ । କହିଲେ, ଏମାନେ ବାତ୍ୟାର ବାସ୍ତବ ଯୋଦ୍ଧା । ଏହି କ୍ରମରେ ରାଜନଗରର ଆଶା ଦିଦି ଶିବାନୀ ମଣ୍ଡଳଙ୍କ ସାହସିକତା କଥା କହିଛନ୍ତି ସୁରେଶ ପୂଜାରୀ । ଯେଉଁଭଳି ଭାବରେ ବର୍ଷା ପବନ ଭିତରେ ନିଜ ଜୀବନକୁ ବାଜି ଲଗାଇ ସେ ୭ ଜଣଙ୍କୁ ରିଲିଫ୍ ସେଣ୍ଟରକୁ ନିଜ କାନ୍ଧରେ ବୋହିନେଲେ ତାହା ବାସ୍ତବିକ ପ୍ରଶଂସନୀୟ । ତାଙ୍କର ଏଭଳି କାର୍ଯ୍ୟ ପ୍ରକୃତରେ ଏକତା ଭାବନା ତଥା ଓଡିଆ ଅସ୍ମିତାର ପରିଚୟ ଦେଇଛି ।

ଏହାସହ ଶକ୍ତି ଓ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକୁ ପ୍ରଶଂସା କରିଥିଲେ ମନ୍ତ୍ରୀ ସୁରେଶ ପୂଜାରୀ । କହିଥିଲେ, ବାତ୍ୟା ପ୍ରଭାବିତ ଅଞ୍ଚଳରେ ଆସନ୍ନ ପ୍ରସବା ମହିଳାଙ୍କୁ ଯେଉଁଭଳି ଭାବେ ପିଏସସି ଓ ସିଏସସିକୁ ସ୍ଥାନାନ୍ତର କରାଗଲା, ଏବଂ ସେମାନଙ୍କୁ ଚିକିତ୍ସା କରାଗଲା, ତାହା ବି ପ୍ରଶଂସନୀୟ । ବାତ୍ୟା ଭଳି ସମୟରେ ପାଖାପାଖି ୧୬ ଶହ ଶିଶୁ ସୁସ୍ଥଭାବେ ଜନ୍ମଗ୍ରହଣ କରିଛନ୍ତି, ସେମାନଙ୍କ ମଧ୍ୟରେ ୧୩ଜଣ ଯାଆଁଳା ଶିଶୁ ଜନ୍ମଗ୍ରହଣ କରିଛନ୍ତି ।












Click it and Unblock the Notifications