ବାତ୍ୟା ଆଶ୍ରୟସ୍ଥଳୀରେ ବୃଦ୍ଧାଙ୍କ ମୃତ୍ୟୁ
କେନ୍ଦ୍ରାପଡ଼ା: ବାତ୍ୟା ଦାନା ରାତ ପ୍ରାୟ ୧୨ଟା ୦୫ରେ କରିଛି ଲ୍ୟାଣ୍ଡଫଲ୍। ଭିତରକନିକା ହବାଳିଖଟି ନେଚରକ୍ୟାମ୍ପ ଥିଲା ଲ୍ୟାଣ୍ଡଫଲ୍ର କେନ୍ଦ୍ରସ୍ଥଳ। ଆଉ ଏହି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସକାଳ ପର୍ଯ୍ୟନ୍ତ ଚାଲିବ। ବାତ୍ୟା ପ୍ରଭାବରେ ଭିତରକନିକା ଅଞ୍ଚଳରେ ପ୍ରବଳ ପବନ ହେଉଛି। ଘଣ୍ଟାପ୍ରତି ଏଠାରେ ୧୦୦ରୁ ୧୨୦ କିମି ବେଗରେ ପବନ ବହୁଛି।
ପବନ ପ୍ରଭାବରେ ଭିତରକନିକାରେ ଜୁଆର ଉଠୁଛି। ପ୍ରାୟ ୧ ମିଟର ଉଚ୍ଚ ପର୍ଯ୍ୟନ୍ତ ଜୁଆର ଉଠି ମାଡ଼ି ଯାଉଛି। ଧାମରାରେ ମଧ୍ୟ ବାତ୍ୟା 'ଦାନା' ତାଣ୍ଡବର ଦେଖିବାକୁ ମିଳିଛି। ଏଠାରେ ବଢ଼ୁଛି ପବନର ବେଗ। ଅଧିକ ପବନ ଯୋଗୁ ଏଠାରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ଯାଇଛି। ଘରର ଆଜବେଷ୍ଟସ୍ ଉଡ଼ିଯାଇଛି। ଏପଟେ କେନ୍ଦ୍ରାପଡାରୁ ଆସିଛି ଏକ ଦୁଖଦ ଖବର ।

କେନ୍ଦ୍ରାପଡ଼ା ରାଜନଗର ଡାଙ୍ଗମାଳ ପଞ୍ଚାୟତ ବାଙ୍କୁଆଳ ଗାଁର ବୃଦ୍ଧା ମୃତ୍ୟୁ ଖବର ସାମ୍ନାକୁ ଆସିଛି । ବାଙ୍କୁଆଳ କଲ୍ୟାଣମଣ୍ଡପ ବାତ୍ୟା ଆଶ୍ରୟସ୍ଥଳୀରେ ଅସୁସ୍ଥ ହୋଇ ପଡ଼ିଥିଲେ ବୃଦ୍ଧା ଜଣକ । ବାତ୍ୟା ଆଶ୍ରୟସ୍ଥଳୀରୁ ବୃଦ୍ଧାଙ୍କୁ ଘରକୁ ନେବା ବେଳେ ତାଙ୍କ ମୃତ୍ୟୁ ହୋଇଥିବା ରହିଛି ସୂଚନା ।












Click it and Unblock the Notifications