ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ରାଜସ୍ବ ମନ୍ତ୍ରୀଙ୍କ ସୂଚନା: ସାଢ଼େ ୩ ଲକ୍ଷ ଲୋକ ସ୍ଥାନାନ୍ତର ହୋଇଗଲେଣି

ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ରାଜସ୍ବ ମନ୍ତ୍ରୀଙ୍କ ସୂଚନା । ବାତ୍ୟା ୧୧ଟି ଜିଲ୍ଲାକୁ ପ୍ରଭାବିତ କରିବ। ବାଲେଶ୍ବର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ବେଶୀ ପ୍ରଭାବିତ ହେବ । ୧୧ ଜିଲ୍ଲାର ୬୦ ବ୍ଲକର ୨୧୩୧ ଗାଁ ପ୍ରଭାବିତ ହେବ । ୧୨ଟି ପୌରାଞ୍ଚଳର ପ୍ରାୟ ୫୫ ୱାର୍ଡ ପ୍ରଭାବିତ ହେବ।
ପ୍ରାୟ ୪ ଲକ୍ଷ ଲୋକ ସ୍ଥାନାନ୍ତର ହେବାକୁ ଯୋଜନା । ଏଯାବତ ସାଢ଼େ ୩ ଲକ୍ଷ ଲୋକ ସ୍ଥାନାନ୍ତର ହୋଇଗଲେଣି ।

୭୩୦୭ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି, ଲୋକଙ୍କୁ ରଖାଯାଉଛି । ୩୬୦ ପଶୁ ଆଶ୍ରୟସ୍ଥଳୀରେ ୬୪୫୪ ପଶୁଙ୍କୁ ରଖାଯାଇଛି । ୨୧୩ ମେଡିକାଲ ଟିମ୍‌, ୧୨୦ ପ୍ରାଣୀ ଚିକିତ୍ସା ଟିମ୍‌ ନିୟୋଜିତ ଅଛନ୍ତି । ୩୭୦୦ ଆସନ୍ନ ପ୍ରସବା ମହିଳାଙ୍କୁ ହସ୍ପିଟାଲରେ ରଖାଯାଇଛି । NDRF ୧୯, ଓଡ୍ରାଫ୍‌ ୫୧, ଅଗ୍ନିଶମ ୨୨୦ ଟିମ୍‌ ପ୍ରସ୍ତୁତ ଅଛନ୍ତି । ଗଛ କାଟିବାରେ ସହାୟତା ପାଇଁ ୯୫ ବନ ବିଭାଗ ଟିମ୍‌ ବି ଅଛନ୍ତି ।

suresh pujari

କେନ୍ଦ୍ରାପଡା ଜିଲାର ଭିତରକନିକା ଓ ଭଦ୍ରକ ଜିଲାର ଧାମରା ମଧ୍ୟରେ ସ୍ଥଳଭାଗ ମଧ୍ୟକୁ ପ୍ରବେଶ କରିବ ଦାନା । ସ୍ଥଳ ଭାଗ ଛୁଇଁବା ସମୟରେ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୨୦ କିମି ରହିବ। ତେବେ ଏହାରି ଭିତରେ ବଡ଼ ଖବର ସାମ୍ନାକୁ ଆସିଛି ଯେ, ବାତ୍ୟା 'ଦାନା' ଲ୍ୟାଣ୍ଡଫଲ ପୂର୍ବରୁ ସାମାନ୍ୟ ଦିଗ ବଦଳାଇପାରେ। ପଶ୍ଚିମ ଓ ପଶ୍ଚିମଦକ୍ଷିଣ ଆଡ଼େ ଟିକେ ଦିଗ ବଦଳାଇପାରେ ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି। ଏହା ପ୍ରଭାବରେ ୨୬ ବେଳକୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ।

କେଉଁଠି କେତେ ରହିବ ପବନ ବେଗ
କେନ୍ଦ୍ରାପଡ଼ା: ୧୧୦-୧୨୦ କିମିଭଦ୍ରକ: ୧୧୦-୧୨୦ କିମିବାଲେଶ୍ୱର: ୧୧୦-୧୨୦ କିମିମୟୂରଭଞ୍ଜ: ୮୦-୯୦ କିମିଜଗତସିଂହପୁର: ୬୦-୮୦ କିମିକଟକ: ୬୦-୮୦ କିମିକେନ୍ଦୁଝର: ୬୦-୭୦ କିମିଢେଙ୍କାନାଳ: ୬୦-୭୦ କିମିଖୋର୍ଦ୍ଧା: ୬୦-୭୦ କିମିପୁରୀ: ୬୦-୭୦ କିମି

ନଜର ପକାନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ବର୍ଷାର ପରିମାଣ ଉପରେ
ଗତ ୨୪ ଘଣ୍ଟାରେ ପାରାଦୀପରେ ସର୍ବାଧିକ ୬୨.୯ ମିମି ବର୍ଷା ହୋଇଛି । ଚାନ୍ଦବାଲି ୪୬.୨ ମିମି, ମୟୂରଭଞ୍ଜ ଜିଲ୍ଲା ଚନ୍ଦପୁରରେ ୨୯.୨ ମିମି ପର୍ଯ୍ୟନ୍ତ ବର୍ଷା ରେକର୍ଡ ହୋଇଛି । ସେହିପରି କୁଜଙ୍ଗରେ ୨୭ ମିମି, ରାଜକନିକାରେ ୨୭ ମିମି, ରାଜନଗରରେ ୨୪ ମିମି, ନୀଳଗିରିରେ ୨୩ ମିମି ବର୍ଷା ରେକର୍ଡ ହୋଇଛି । ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଭୀଷଣ ବର୍ଷା ଜାରି ରହିଛି । ପଟ୍ଟାମୁଣ୍ଡାଇରେ ୨୨.୫ ମିମି, ଆଳିରେ ୨୧ ମିମି, ସୋରରେ ୧୯ ମିମି ବର୍ଷା ରେକର୍ଡ ହୋଇଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+