Cyclone dana: ଆଉ ଦୁଇ ଘଣ୍ଟା ମଧ୍ୟରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ!

ଭୁବନେଶ୍ୱର: ଗତକାଲି ମଧ୍ୟରାତ୍ରରେ ଲ୍ୟାଣ୍ଡଫଲ୍ କରିଛି ବାତ୍ୟା 'ଦାନା' । ରାତି ୧୨ଟା ୫ରେ ଲ୍ୟାଣ୍ଡଫଲ୍ କରିଛି ଦାନା । ଭିତରକନିକା ହବାଳିଖଟିରେ ସ୍ଥଳଭାଗ ଛୁଇଁଛି । ସିଭିୟର ସାଇକ୍ଲୋନିକ୍ ଷ୍ଟ୍ରର୍ମ "ଦାନା" ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଏବଂ ଉତ୍ତର ଓଡ଼ିଶା ଉପକୂଳକୁ ହବାଳିଖଟି ନେଚର କ୍ୟାମ୍ପ (ଭିତରକନିକା) ଏବଂ ଧାମରା ନିକଟ ଦେଇ ରାତି ୧ଟା ୩୦ ମିନିଟରୁ ଭୋର ୩.୩୦ ମିନିଟ୍ ମଧ୍ୟରେ ଅତିକ୍ରମ କରିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ଏବଂ ଝଟକା ପବନ ୧୨୦ କିଲୋମିଟର ରହିଥିଲା ।

ବାତ୍ୟା ଦାନାର ପ୍ରଭାବରେ ଚାନ୍ଦବାଲିରେ ସର୍ବାଧିକ ବର୍ଷା ରେକର୍ଡ଼ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଥିବା ସୂଚାନା ରହିଛି । ଜିଲ୍ଲାର ରାଜନଗର, ଗୁପ୍ତୀ, ଜମ୍ୱୁ, ମହାକାଳପଡ଼ା, ମାର୍ଶାଘାଇ, ପଟ୍ଟାମୁଣ୍ଡାଇ ପ୍ରଭାବିତ ହୋଇଛି । ବହୁ ସ୍ଥାନରେ ଗଛ ଉପୁଡ଼ି ରାସ୍ତାରେ ପଡ଼ିଛି। ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଲଗାଣ ବର୍ଷା ମଧ୍ୟ ଏବେ ଲାଗି ରହିଛି । ଏବେ ବାତ୍ୟା ଦାନା ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଗତି କରିଥିଲା।

cyclone dana

ଦାନା ଧାମରା ଠାରୁ ୧୫ କିମି ଉତ୍ତରରେ ରହିଥିବା ବେଳେ ହବାଳିଖଟି ଠାରୁ ୩୦ କିମି ଉତ୍ତର ଓ ଉତ୍ତର-ପଶ୍ଚିମରେ ରହିଛି। ଏନେଇ ୨୫ ତାରିଖ ଭୋର ୫ଟା ସମୟରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକ ମନୋରମା ମାହାନ୍ତି। ବାତ୍ୟାର ପଛପଟ ଭିତରକୁ ପଶିଥିବା ବେଳେ ଆଉ ଘଣ୍ଟାଏ ଦୁଇ ଘଣ୍ଟା ମଧ୍ୟରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବାର ସମ୍ଭାବନା ରହିଛି ବୋଲି ସେ ନିର୍ଦ୍ଦେଶ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+