Cyclone Dana: ରାତି ୨ରୁ ୩ ଟା ଭିତରେ ଆରମ୍ଭ ହୋଇପାରେ ଲ୍ୟାଣ୍ଡଫଲ୍

ଓଡ଼ିଶା ଆଡ଼କୁ ଭୟଙ୍କର ରୂପ ଧରି ମାଡ଼ିଆସୁଛି ଭୀଷଣ ବାତ୍ୟା 'ଦାନା' । ଏବେ ପାରାଦୀପ ଠାରୁ ୭୦ କିଲୋମିଟର ଏବଂ ଧାମରା ଠାରୁ ୯୦ କିଲୋମିଟର ଦୂରରେ ରହିଛି ଏହି ସାମୁଦ୍ରିକ ଝଡ଼ । ଘଣ୍ଟାକୁ ୧୦ରୁ ୧୨ କିମି ବେଗରେ ଆଗକୁ ବଢୁଛି । ତେବେ ରାତି ୨ରୁ ୩ ଟା ଭିତରେ ଆରମ୍ଭ ହୋଇପାରେ ଲ୍ୟାଣ୍ଡଫଲ୍ ହୋଇପାରେ ।

Cyclone Dana

ଗୁରୁବାର ମଧ୍ୟରାତିରୁ ଶୁକ୍ରବାର ପୂର୍ବାହ୍ନ ଯାଏ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ବଡ଼ ସୂଚନା ଦେଇଛନ୍ତି। ଭିତରକନିକା-ଧାମରା ପାଖରେ ବାତ୍ୟା 'ଦାନା'ଉପକୂଳ ଅତିକ୍ରମ କରିବ। ତେବେ ବାତ୍ୟା ସମୟରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ଆଶଙ୍କା ରହିଛି। ୧୬ ଜିଲାରେ ମଧ୍ୟମ ଧରଣର ଅଚାନକ ବନ୍ୟା ଆସିପାରେ। ସେହି ଜିଲାଗୁଡିକ ହେଉଛି ଅନୁଗୋଳ, ବାଲେଶ୍ୱର, ବୌଦ୍ଧ, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ। ଏହି ସବୁ ଜିଲାଗୁଡିକରେ ବନ୍ୟା ଆସିପାରେ।

ଆଜି ମଧ୍ୟରାତ୍ରରୁ 'ଦାନା'ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯିବ। ରାତି ୩ଟାରୁ ଭୋର୍‌ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବ। ବାତ୍ୟାର ସବୁଠୁ ଅଧିକ ପ୍ରଭାବ କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଓ ଜଗତସିଂହପୁର ଜିଲା ଉପରେ ପଡିବ। ଲ୍ୟାଣ୍ଡଫଲ ବେଳେ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+