Cyclone Dana: ବିପଦ ସଙ୍କେତ ଛୁଇଁଲା ଜଳକା, ସଂଧ୍ୟା ୬ଟା ସୁଦ୍ଧା ମଥାନୀ ଠାରେ ୬.୫୦ ମିଟରରେ ଜଳ ପ୍ରବାହିତ
ଜଳେଶ୍ୱର: ବିପଦ ସଙ୍କେତ ଛୁଇଁଲା ଜଳକା ନଦୀ । ସଂଧ୍ୟା ୬ଟା ସୁଦ୍ଧା ମଥାନୀ ଠାରେ ବିପଦ ସଙ୍କେତ ଛୁଇଁଲା। ବିପଦ ସଙ୍କେତ ୬.୫୦ ମିଟରରେ ଜଳ ପ୍ରବାହିତ।
ମୟୂରଭଞ୍ଜ ଜିଲ୍ଲାରେ ଶିମିଳିପାଳ ଉପର ମୁଣ୍ଡ ବରେହିପାଣି, ନଅଣା, ହଲା ପିଠାବଟା ଆଦି ଅଞ୍ଚଳରେ ପ୍ରବଳ ବର୍ଷା ହୋଇ ଏହି ପାଣି ବୁଢ଼ାବଳଙ୍ଗ ନଦୀକୁ ଆସିଛି। ଫଳରେ ବୁଢାବଳଙ୍ଗ ନଦୀରେ ଜଳସ୍ତର ବଢିବା ଆରମ୍ଭ ହୋଇଛି।
ସେହିପରି ପଂଚଲିଙ୍ଗେଶ୍ୱର ଶୈବପୀଠରେ ବାଦଲ ଫଟା ବର୍ଷା ପରେ ପାହାଡ଼ ଉପରୁ ଖସୁଥିବା ପାଣି ଅନେକ ସମୟ ଯାଏଁ ଶୈବପୀଠରେ ତାଣ୍ଡବ ରଚିଥିଲା। ବାତ୍ୟା 'ଦାନା' ପାଇଁ ପଂଚଲିଙ୍ଗେଶ୍ୱର ପୀଠରେ ୩ ଦିନ ଧରି ସାଧାରଣ ଦର୍ଶାନାର୍ଥୀଙ୍କ ଲାଗି ଦର୍ଶନ ବନ୍ଦ ରହିଛି।
ଏପଟେ ଭଦ୍ରକ ଚାନ୍ଦବାଲିରେ ଆଜି ସର୍ବାଧିକ ୧୫୮.୬ ମିମି ବର୍ଷା ରେକର୍ଡ ହୋଇଛି। ସେହିଭଳି କେନ୍ଦ୍ରାପଡ଼ା ରାଜକନିକାରେ ୧୫୬, ମାର୍ଶାଘାଇରେ ୧୧୦ ଓ ରାଜନଗରରେ ୧୦୦ମିଲିମିଟର ବର୍ଷା ହୋଇଛି। ବାଲେଶ୍ୱର ଔପଦାରେ ୧୦୯, ବାସୁଦେବପୁରରେ ୧୧୦ ପାରାଦୀପ ୭୬.୪, ଡେରାବିଶରେ ୭୨ ଏବଂ ଭଦ୍ରକରେ ୭୦.୨ ମିମି ବର୍ଷା ରେକର୍ଡ କରାଯଇଛି।
ବାତ୍ୟା ଦାନା ପ୍ରଭାବରେ ଭଦ୍ରକ ଜିଲା ବାସୁଦେବପୁର ଚାନ୍ଦବାଲି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଗଛ ପଡ଼ି ଘର ଭାଙ୍ଗିବା ସହ ରାସ୍ତାରେ ଗଛ ପଡ଼ି ଅବରୋଧ ହୋଇଛି। ଏନ୍ଡିଆର୍ଏଫ୍ ଓ ଅଗ୍ନିଶମ ବାହିନୀ ଗଛ କାଟି ସଫା କରୁଛନ୍ତି।
ବାସୁଦେବପୁର- ଏରତାଳ ରାସ୍ତାରେ ଗଛ ପଡ଼ି ଅବରୋଧ ହୋଇଛି। ଏରତାଳ ଗ୍ରାମର ଉଷାରାଣୀ ନାୟକଙ୍କ ଘର ଉପରେ ଗଛ ଭାଙ୍ଗି ପଡ଼ିଥିବାରୁ ସେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି।

ସେହିପରି ଚାନ୍ଦବାଲିର ବିଭିନ୍ନ ରାସ୍ତାରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବର୍ଷା ଲାଗି ରହିଥିବାରୁ ଗଛ କାଟି ରାସ୍ତା ସଫା କରିବାରେ ଟିକେ ବିଳମ୍ବ ହେଉଛି।
ବାତ୍ୟାର ପ୍ରଭାବରେ ଚାନ୍ଦବାଲିରେ ସର୍ବାଧିକ ୧୫୮.୬ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ରାଜକନିକାରେ ୧୫୬ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ମାର୍ଶାଘାଇ ୧୧୦, ରାଜନଗରରେ ୧୦୦, ବାଲେଶ୍ବର ଔପଦାରେ ୧୦୯, ବାସୁଦେବପୁରରେ ୧୧୦, ଆଳି ୮୦, ପାରାଦୀପ ୭୬.୪, ଡେରାବିଶରେ ୭୨ ମିମି ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷେ ବର୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ବନ୍ୟା ଆଶଙ୍କା ରହିଛି












Click it and Unblock the Notifications