ଆସୁଛି ବାତ୍ୟା ‘ଦାନା’ ଓଡ଼ିଶାରେ ମୁତୟନ ହେଲେ ୨୦ଟି ଏନଡିଆରଏଫ ଟିମ୍
ବାତ୍ୟା 'ଦାନା' ସ୍ଥଳଭାଗ ଛୁଇଁବା ପୂର୍ବରୁ ଓଡ଼ିଶାରେ ଏନଡିଆରଏଫ ପକ୍ଷରୁ ୨୦ଟି ଓ ପଶ୍ଚିମବଙ୍ଗରେ ୧୩ଟି ଟିମ୍ ମୁତୟନ କରାଯାଇଛି। ଏନଡିଆରଏଫ ଡିଆଇଜି ମୋହସେନ ସାହିଦି କହିଛନ୍ତି, ପଶ୍ଚିମବଙ୍ଗରେ ୪ଟି ଟିମକୁ ରିଜର୍ଭରେ ରଖାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶର ଭାଇଜାଗରେ ମଧ୍ୟ ପ୍ରସ୍ତୁତି କରାଯାଇଛି।

ଏନଡିଆରଏଫ ଡିଆଇଜି କହିଛନ୍ତି ଯେ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ଟିମ୍ ରହିଛି। ଆସନ୍ତାକାଲି ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ଆଜି ସର୍ବାଧିକ ସ୍ଥାନାନ୍ତର କରାଯିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।












Click it and Unblock the Notifications