Cyclone Dana: ଦୁର୍ବଳ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ବାତ୍ୟା ଦାନା

ଦୁର୍ବଳ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ବାତ୍ୟା । ଗତ ୬ ଘଣ୍ଟା ହେବ ପଶ୍ଚିମ ଦିଗରେ ଗତିକରି ଦୁର୍ବଳ ହୋଇଛି । ଦୁର୍ବଳ ହୋଇ ସମାନ ଅଞ୍ଚଳରେ ସୁଦୃଶ ଲଘୁଚାପରେ ପରିଣତ ।

ବାତ୍ୟା ଦାନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି ଯେ, ବାତ୍ୟା 'ଦାନା' ଏବେ ଦୁର୍ବଳ ହୋଇଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ଏହାର ପ୍ରଭାବରେ କିଛି ଅଂଚଳରେ ତୁହାକୁ ତୁହା ପ୍ରବଳ ବର୍ଷା ଲାଗି ରହିଥିବାରୁ ପୁନରୁଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଇଛି ।

ବାତ୍ୟା ଯୋଗୁ ଗଛ ଭାଙ୍ଗି ହୋଇଥିବା ଏସବୁ ରାସ୍ତା ଅବରୋଧ ହୋଇଥିଲା । ସେହିପରି ବାତ୍ୟା ଯୋଗୁ ୨୨.୪୩ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ ହୋଇଥିଲା। ଇତିମଧ୍ୟରେ ୧୪.୮୦ଲକ୍ଷ ଉପଭୋକ୍ତାଙ୍କର ବିଦ୍ୟୁତ ପୁନଃଯୋଗାଣ ସମ୍ଭବପର ହୋଇପାରିଛି। କିନ୍ତୁ ପ୍ରବଳ ବର୍ଷା ଯୋଗୁ ବାକି ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଣ ହୋଇପାରିନି। ଆଜି ସୁଦ୍ଧା ଏହି ସମସ୍ତ ବିଦ୍ୟୁତ ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଇ ଦେବାକୁ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି ବୋଲି ସେ ଆଶ୍ୱାସନା ଦେଇଛନ୍ତି । ଭଦ୍ରକ ଜିଲ୍ଲାରେ ବିଦ୍ୟୁତଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Cyclone Dana

ସେହିପରି ପ୍ରାକ୍ ଆକଳନ ଅନୁସାରେ ବାତ୍ୟା ଯୋଗୁ ରାଜ୍ୟର ପ୍ରାୟ ୧.୭୫ଲକ୍ଷ ଏକର ଚାଷଜମିରେ ଫସଲ ନଷ୍ଟ ହୋଇଛି । ତେବେ ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ ପ୍ରକୃତ କ୍ଷୟକ୍ଷତି ଜଣାପଡ଼ିବ ଓ ସରକାର ସହାୟତା ଯୋଗାଇଦେବେ । ବାତ୍ୟାରେ ଯେଉଁମାନଙ୍କର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ଅବା ଆଂଶିକ ନଷ୍ଟ ହୋଇଛି ତା'ର ଗ୍ରାଉଣ୍ଡ ସର୍ଭେ ରିପୋର୍ଟ ଆସିବା ପରେ ସେମାନଙ୍କୁ ଘର ଦିଆଯିବ ଓ ସହାୟତା ଯୋଗାଇ ଦିଆଯିବ ।

ବାତ୍ୟା ଯୋଗୁ ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ୱରୂପ ରାଜ୍ୟର ମୋଟ ୮ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ନିଜ ଘରକୁ ଯିବାକୁ ଅନୁମତି ଦିଆଯାଇଛି । ଆଉ କିଛି ସ୍ଥାନରେ ଲୋକଙ୍କ ଘର ନଷ୍ଟ ହୋଇଥିବାରୁ ସେମାନେ ଆଶ୍ରୟସ୍ଥଳୀରେ ରହିଛନ୍ତି । ଏହି ସବୁ ଆଶ୍ରୟସ୍ଥଳୀରେ ଆଜିଠୁ ଆଉ ୭ଦିନ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସ୍ଥିତି ସ୍ୱାଭାବିକ ହେବାପରେ ପ୍ରଭାବିତ ଲୋକମାନେ ନିଜ ଘରକୁ ଯାଇପାରିବେ ବୋଲି କହିଛନ୍ତି । ପ୍ରଭାବିତ ଲୋକମାନଙ୍କ ଶ୍ରଦ୍ଧାଭାଜନ ହେବା ପାଇଁ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏବେବି ବାତ୍ୟା ପ୍ରଭାବିତ ଅଂଚଳରେ ୧୫୮ପ୍ଲାଟୁନ ପୁଲିସ ଫୋର୍ସ ସୁରକ୍ଷା ଓ ସହାୟତା ପାଇଁ ମୁତୟନ ଅଛନ୍ତି । ସବୁ ବିଭାଗର ସମନ୍ୱୟ, ରାଜ୍ୟ ଓ ଜିଲ୍ଲାସ୍ତରର ଅଫିସ ମଧ୍ୟରେ ଉତ୍ତମ ତାଳମେଳ ଓ ଟିମ୍ ୱାର୍କ ଯୋଗୁ ବାତ୍ୟାର ସଫଳ ମୁକାବିଲା କରାଯାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବାତ୍ୟା 'ଦାନା'ର ପ୍ରକୋପ ଲାଗି ରହିଥିବାବେଳେ ମୋଟ ୨୨୦୦ଜଣ ଶିଶୁ ଜନ୍ମ ନେଇଛନ୍ତି । ଆଉ ସେମାନଙ୍କ ମଧ୍ୟରେ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି ୧୮ଜଣ ମା' । ଏହି ସମସ୍ତ ଉଭୟ ମା' ଓ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ସୁରକ୍ଷିତ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଏହାସହିତ ବାତ୍ୟା 'ଦାନା' ଯୋଗୁ ମୋଟ ୮ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେବା ସହ ଟିମ୍ ୱାର୍କ ମାଧ୍ୟମରେ ବାତ୍ୟାର ସଫଳ ମୁକାବିଲା କରାଯାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+