Cyclone Dana: ବାତ୍ୟା ‘ଦାନା’ ଦୁର୍ବଳ, ରାଜ୍ୟରେ କାଁ ଭାଁ ବର୍ଷା, ଶୁଖିଲା ପାଗ

ରାଜ୍ୟରେ ଆଉ ବର୍ଷା ସମ୍ଭାବନା ନାହିଁ । କାଁ ଭାଁ ବର୍ଷା ହୋଇପାରେ । ପାଗ ପ୍ରାୟତଃ ଶୁଖିଲା ରହିବ। ଏଭଳି ପୂର୍ବାନୁମାନ କରିଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ମୁଖ୍ୟ ମନୋରମା ମହାନ୍ତି ।

ବାତ୍ୟା 'ଦାନା' ଦୁର୍ବଳ ହେବା ପରେ ସ୍ପଷ୍ଟ ଚିହ୍ନଟ ଲଘୁଚାପ ଅବସ୍ଥାରେ ଉତ୍ତର ଓଡ଼ିଶା ଉପରେ ଅଛି । ରବିବାର ସକାଳ ସୁଦ୍ଧା ଏହା ବାୟୁମଣ୍ଡଳରେ ମିଳେଇ ଯିବ । ଏହାର ଆଉ ପ୍ରଭାବ ରହିବନି ।

ଆଜିଠୁୁ ପାଗ ପ୍ରାୟତଃ ଫିଟିଯିବ । ଉତ୍ତର ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ହାଲୁକାରୁ ସ୍ପଳ୍ପ ବର୍ଷା ହୋଇପାରେ । ସୋମବାର (୨୮ ତାରିଖ) କାଁ ଭାଁ ବର୍ଷା ସମ୍ଭାବନା ଅଛି । ୨୯, ୩୦,୩୧ ତାରିଖରେ ଏଭଳି ପାଗ ରହିପାରେ । 'ଦାନା' ପ୍ରଭାବ ଯୋଗୁ ଶନିବାର ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ଥିଲା । ପ୍ରାୟତଃ ଦିନ ତାପମାତ୍ରା ୨୭-୨୮ ଡିଗ୍ରୀ ସେଲସିୟସ୍‌ ରହିଥିଲା । ଦକ୍ଷିଣ ଓଡ଼ିଶାରେ ପାରଦ ୩୦ ଟପିଥିଲା । ରାତି ତାପମାତ୍ରା ବି କମିଛି । ଫୁଲବାଣୀରେ ରାତି ତାପମାତ୍ରା ୧୭.୫ ଡିଗ୍ରୀ ସେଲସିୟସ୍‌, କୋରାପୁଟରେ ୧୯.୮, ଢେଙ୍କାନାଳରେ ୧୯.୮, ଅନୁଗୁଳ ୧୯.୬ ଡିଗ୍ରୀ ସେଲସିୟସ୍‌ ରହିଛି ।

Cyclone Dana

ଗତ ୨୪ ଘଣ୍ଟାରେ (ଆଜି ସକାଳ ସୁଦ୍ଧା) ବାଲେଶ୍ୱରର ଔପଦାରେ ୨୪୦ ମିଲିମିଟର, ଭଦ୍ରକର ଧାମନଗରରେ ୨୧୫, ଖଇରାରେ ୨୦୯, ଭଣ୍ଡାରିପୋଖରୀରେ ୨୦୮, ବନ୍ତରେ ୧୮୭, ଚାନ୍ଦବାଲିରେ ୧୬୭, ଭଦ୍ରକରେ ୧୬୧, ରାଜକନିକାରେ ୧୫୧, ବରୀରେ ୧୪୫, ଯାଜପୁରରେ ୧୪୩, ଉଦଳାରେ ୧୪୧, ନୀଳଗିରିରେ ୧୪୦, ତିହିଡ଼ିରେ ୧୩୮, ଆଳିରେ ୧୨୩, ବିଞ୍ଝାରପୁରରେ ୧୧୦, ରେମୁଣାରେ ୧୦୯, ସୋରରେ ୧୦୧, କପ୍ତିପଦାରେ ୧୦୧, ଜିବିନଗରରେ ୯୬, ବାସୁଦେବପୁରରେ ୯୨, ଘସିପୁରାରେ ୯୪, ବାଲେଶ୍ୱରରେ ୮୭, ବେତନଟୀରେ ୮୩, କୁସୁମୀରେ ୮୨, ଡେରାବିଶରେ ୮୦, ବାହାନଗାରେ ୭୯, ଚଣ୍ଡିଖୋଲରେ ୭୬, ହାଟଡିହିରେ ୭୫, କେନ୍ଦ୍ରାପଡ଼ାରେ ୭୦, ନିଶ୍ଚିନ୍ତକୋଇଲିରେ ୭୨ ମିମି ବର୍ଷା ରେକର୍ଡ ହୋଇଥିଲା । ଶନିବାରଠୁ ବର୍ଷା ପ୍ରକୋପ କମିଛି । ସକାଳରୁ ସନ୍ଧ୍ୟା ଭିତରେ କେନ୍ଦୁଝରରେ ୨୦ ମିମି, ଖୋର୍ଦ୍ଧାରେ ୧୮ ମିମି ବର୍ଷା ହୋଇଥିବାବେଳେ ଆଉ କିଛି ଜାଗାରେ ହାଲୁକା ବର୍ଷା ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+