Cyclone Dana: ଉପକୂଳିଆ ଅଞ୍ଚଳ ହେବ ଜଳମଗ୍ନ ! ଉଠିପାରେ ୨ ମିଟର ଜୁଆର
ଆଇଏମଡି ଡିଜିଙ୍କ ବଡ ସୂଚନା । ଉଠିପାରେ ୨ ମିଟର ଜୁଆର । ଏହା ଧିରେ ଧିରେ ଅଗ୍ରସର ହୋଇ ବାତ୍ୟାର ରୂପ ନେଉଛି ।
ପାରାଦୀପଠାରୁ ଦକ୍ଷିଣପୂର୍ବ ଦିଗରେ ୫୦୦ କିମି ଦୂରରେ ରହିଛି । ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରୁଛି । ଏହା ଭୟଙ୍କର ଘୁର୍ଣ୍ଣିବାତ୍ୟାର ରୂପ ନେବ ।
ପବନର ବେଗ ୧୦୦ରୁ ୧୨୦ ରହିବାର ସମ୍ଭାବନା ଅଛି । ଉପକୂଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ , ଉତ୍ତର ପଶ୍ଟିମ ଦିଗରେ ଗତି କରୁଛି ବାତ୍ୟା । ଏହାର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ମଧ୍ୟ ଆରମ୍ଭ ହୋଇଗଲାଣି । ୨୪ ରାତିରୁ ୨୫ ସକାଳ ମଧ୍ୟରେ ଛୁଇଁବ ସ୍ଥଳଭାଗ । ସ୍ଥଳଭାଗ ଛୁଇଁବା ବେଳକୁ ଘଣ୍ଟାପ୍ରତି ୧୦୦-୧୨୦ ବେଗରେ ବହିବ ପବନ । ପାଖାପାଖି ୧୯ଟି ଜିଲ୍ଲାରେ ବାତ୍ୟା ଦାନାର ପ୍ରଭାବ ପଡିବ ବୋଲି ପୂୁର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ବର୍ତ୍ତମାନ ପାରାଦୀପଠାରୁ ୬୭୦ କିଲୋମିଟର ଦକ୍ଷିଣପୂର୍ବ ଓ ପଶ୍ଚିମବଙ୍ଗ ସାଗର ଦ୍ବୀପରୁ ୭୨୦ କିଲୋମିଟ ଦକ୍ଷିଣ-ଦକ୍ଷିଣ ପୂର୍ବ ଦୂରରେ କେନ୍ଦ୍ରୀଭୂତ ରହିଛି ଡିପ୍ ଡିପ୍ରେସନ୍। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ବାତ୍ୟାର ରୂପ ନେବ। ଏହାପରେ ଅଧିକ ଘନୀଭୂତ ହେବ ସାମୁଦ୍ରିକ ଝଡ। ଆସନ୍ତାକାଲି ଏହା ଉତ୍ତର ପଶ୍ଚିମ ବଙ୍ଗୋପସାରରେ ଭୀଷଣ ବାତ୍ୟା ରୂପ ନେବ।ସମୁଦ୍ର ଅଶାନ୍ତ ରହୁଥିବାରୁ ଗୋପାଳପୁର, ପାରାଦୀପ ଏବଂ ଧାମରା ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ବି ଜାରି ହୋଇଛି। ଆଜି ରାତି ସୁଦ୍ଧା ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ। ପ୍ରଭାବିତ ହେବାକୁଥିବା ଜିଲ୍ଲା ଗୁଡିକରେ ସରକାରୀ ଆଶ୍ରୟସ୍ଥଳୀ ବାଦ୍ ଆଉ ୫ଶହ ଅସ୍ଥାୟୀ ଆଶ୍ରୟ ଶିବିର ଏବଂ ୨୫୦ଟି ରିଲିଫ୍ ସେଣ୍ଟରର ବ୍ୟବସ୍ଥା ହୋଇଛି।
ଆଜି ସନ୍ଧ୍ୟା ପରଠାରୁ ଉପକୂଳ ଜିଲ୍ଲାରେ ବର୍ଷା ହେବ । ଧାମରା ଓ ପାରାଦୀପ ବନ୍ଦରକୁ ୪ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ଏଥି ସହିତ ଗୋପାଳପୁରରେ ୨ ନମ୍ବର ବିପଦ ସଙ୍କେତ ଦିଆଯାଇଛି।। ଅନ୍ୟପଟେ ସମୁଦ୍ରରେ ଉଚ୍ଚ ଜୁଆର ଆସିବା ନେଇ ୩ଟି ସ୍ଥାନକୁ ସତର୍କ ସୂଚନା ଜାରି କରିଛି ଆଇଏମଡି। ବାଲେଶ୍ବର କୁମ୍ଭୀରଗଡ଼ିରେ ୦.୫ ମିଟରରୁ ୧.୫ ମିଟର ଉଠିପାରେ ଜୁଆର। ଭଦ୍ରକ ମୋହନପୁରରେ ୦.୮ ମିଟରରୁ ୧.୪ ମିଟର ଓ କେନ୍ଦ୍ରାପଡ଼ା ଟିକାୟତନଗରରେ ୦.୨ ମିଟରରୁ ୦.୯ ମିଟର ଉଠିପାରେ ଜୁଆର।












Click it and Unblock the Notifications