ବାତ୍ୟା ଖବର ଶୁଣି ଖାଇବା ଅଧାରୁ ଉଠିପଡିଲେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: କର୍ମ ତତ୍ପର ନିକୁଞ୍ଜ ବିହାରୀ । ପ୍ରଶାସନରେ ଏଭଳି ନିଷ୍ଠା ବିରଳ । ଓଡ଼ିଶାକୁ ବାତ୍ୟା ଭୟ ସୃଷ୍ଟି ହେବା ଖବର ଶୁଣି ଖାଇବା ଅଧାରୁ ଉଠିପଡିଲେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ।

ଗତକାଲି ରାତି ପ୍ରାୟ ସାଢେ ନଅଟା ହେବ । ବାତ୍ୟା ଦାନା ଓଡ଼ିଶାକୁ ହିଟ୍ କରିବାର ସମ୍ଭାବନା ଅଧିକ ଥିବା ଖବର ଆସିଲା । ସେ ସମୟରେ ନିକୁଞ୍ଜ ବିହାରୀ ଧଳ ଡିନର କରୁଥିଲେ। ଖବର ଶୁଣୁଶୁଣୁ ଅଧାରୁ ଖାଇବା ଛାଡି ଉଠିଗଲେ । ଆଉ ସଙ୍ଗେ ସଙ୍ଗେ କୃଷି, ଶକ୍ତି, ପଂଚାୟତିରାଜ, ସ୍ଵାସ୍ଥ୍ୟ ସଚିବଙ୍କୁ ଟେଲିଫୋନ କଲେ ଆଉ ଆଜି ସକାଳ ୯ଟା ସୁଦ୍ଧା ଅପଡେଟ ଜଣାଇବାକୁ ନିର୍ଦ୍ଦେଶ ଦେଲେ।

cyclone dana

ତାପରେ ସ୍ବତନ୍ତ୍ର ରିଲିଫ କମିଶନର ଓ ମୁଖ୍ୟ ଶାସନ ସଚିବଙ୍କ ସହ ବାତ୍ୟା ମୁକାବିଲା ନେଇ ଆରମ୍ଭ ହୋଇଗଲା ଟେଲିଫୋନରେ ଆଲୋଚନା। ଏକାଧିକ ସଚିବଙ୍କୁ କନଫରେନ୍ସରେ ନେଇ କଥା ହେଲେ । ୟାରିଭିତରେ ରାତି ସାଢେ ଗୋଟାଏ ବାଜିଲା, ଆଉ ସେ ଶୋଇବାକୁ ଗଲେ ।ଆଜି ସକାଳ ୭ଟାରୁ ଆସି ଲୋକସେବା ଭବନରେ ହାଜିର।

୨୦୨୩ରେ ସ୍ବତନ୍ତ୍ର ରିଲିଫ କମିଶନର ଥିବା ବେଳେ ନିଜର ପୂର୍ବ ଅଭିଜ୍ଞତାକୁ ନେଇ ଆରମ୍ଭ କରିଦେଲେ ଅପରେସନ ଗୋଟି ଗୋଟି କରି ପ୍ରଥମେ ସବୁଠୁ ଅଧିକ ପ୍ରଭାବିତ ହେବାକୁ ଥିବା ସାତ ଜିଲ୍ଲା ଆଉ ପରେ ଆଉ ସାତଟି ଏମିତି ୧୪ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସହ କଥା ହେଲେ । ଏଭିତରେ ଘରୁ ମ୍ୟାଡମ ଦୁଇ ତିନି ଥର କଲ କରିଛନ୍ତି କିନ୍ତୁ ସେ ଉଠାଇପାରିନାହାଁନ୍ତି। ଚତୁର୍ଥ ଥର କଲ କରି ମ୍ୟାଡମ ମନେପକେଇ ଦେଲେ ଯେ ସେ ଘରୁ ବ୍ରେକଫାଷ୍ଟ ଖାଇକି ଯାଇନାହାଁନ୍ତି। ଫଳରେ ସକାଳ ୧୦ଟାରେ ସେ ଲୋକସେବା ଭବନରେ ବ୍ରେକଫାଷ୍ଟ ମଗେଇ ଖାଇଲେ। ଏପିରିକି କାଲି ସନ୍ଧ୍ୟାରୁ ତାଙ୍କୁ ଟିକେ ଥଣ୍ଡା ଜ୍ଵର ଲାଗୁଥିଲେ ବି ରାଜ୍ୟର ସ୍ବାର୍ଥ ପାଇଁ ତାହାକୁ ଭୃକ୍ଷେପ ନକରି ସେ କାମ କରିଚାଲିଛନ୍ତି। ଆଉ ତାଙ୍କ ମାର୍ଗଦର୍ଶନରେ ଆଜି ମୁଖ୍ୟମନ୍ତ୍ରୀ ଜିରୋ କାଜୁଆଲିଟି ମିଶନ ନେଇ ବାତ୍ୟା ମୁକାବିଲା ରଣନୀତି ପ୍ରସ୍ତୁତ କରିଛନ୍ତି।

ନିକୁଞ୍ଜ ଧଳ କରୋନା ବେଳେ ବାପାଙ୍କ ମୃତ୍ୟୁର ୨୪ ଘଣ୍ଟା ଭିତରେ କାର୍ଯ୍ୟରେ ଯୋଗଦେଇଥିଲେ। ଆଉଏବେ ବାତ୍ୟା (ଦାନା ) ବେଳେ ବି ସେ ସେହି କର୍ମ ତତ୍ପରତା ଦେଖାଉଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+