Cyclone Dana: ବାତ୍ୟା ‘ଦାନା' ପ୍ରଭାବରେ ପାଗରେ ପରିବର୍ତ୍ତନ; କେଉଁ ଜିଲାରେ କେତେ ପବନ ବହିବ ?

ବାତ୍ୟା 'ଦାନା' ପ୍ରଭାବରେ ଆଜି ରାତିରୁ ପାଗରେ ପରିବର୍ତ୍ତନ ହେବ। ଆଜି ଉପକୂଳ ଓଡିଶାରେ ବର୍ଷା ସହ ପବନର ବହିବା ସମ୍ଭାବନା ରହିଛି । କିଛି ସ୍ଥାନରେ ୪୦ ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ଗୁରୁବାର ଅର୍ଥାତ୍‌ ଅକ୍ଟୋବର ୨୪ ତାରିଖରେ ୭ ଜିଲାରେ ପ୍ରବଳ ବର୍ଷିବ । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଏହି ଜିଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, ଜଗତସିଂହପୁର, କଟକରେ ଅତି ପ୍ରବଳ ବର୍ଷିବ । କିଛି ସ୍ଥାନରେ ୨୦ ରୁ ୩୦ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୬ ଜିଲାକୁ ଅରେଞ୍ଜ ଓ ୬ ଜିଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଗଞ୍ଜାମ, କେନ୍ଦୁଝର, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ ଓ ନୟାଗଡ ଜିଲାକୁ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

Cyclone Dana

ଅକ୍ଟୋବର ୨୪ ଓ ୨୫ ତାରିଖରେ ପ୍ରବଳ ବର୍ଷା ସହ ପବନର ବେଗ ବଢିବ । ବାତ୍ୟା 'ଦାନା' ସ୍ଥଳଭାଗ ସ୍ପର୍ଶ କରିବା ସମୟରେ ପବନର ବେଗ ୧୧୦ ରହିବ । ଜଗତସିଂହପୁର ଓ ଭଦ୍ରକରେ ୧୧୦ କିମି ବେଗରେ ପବନ ବହିବ ।ବାଲେଶ୍ୱର ଓ କେନ୍ଦୁଝରରେ ୧୧୦ କିମି ରହିବ ପବନର ବେଗ ।ମୟୁରଭଞ୍ଜରେ ୮୦ ରୁ ୯୦ କିମି ରହିବ ପବନର ବେଗ ।ପୁରୀ ଓ କଟକରେ ୬୦-୮୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ଯାଜପୁର, ଖୋର୍ଦ୍ଧା, ଭୁବନେଶ୍ୱରରେ ୬୦-୭୦ ବେଗରେ ପବନ ବହିବା ସମ୍ଭାବନା ରହିଛି । ଢେଙ୍କାନାଳ ଓ କେନ୍ଦୁଝରରେ ୬୦ ରୁ ୭୦ କିମି ବେଗରେ ପବନ ବହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+