Cyclone: ୨୭ ସକାଳେ ବାତ୍ୟା ! ଏହି ଜିଲ୍ଲାରେ ମାଡ଼ ହେବ ବାତ୍ୟା !

୨୭ ସକାଳୁ ବାତ୍ୟା। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ୨୭ ସକାଳେ ବାତ୍ୟାର ରୂପ ନେବ । ଏହା ପ୍ରଭାବରେ ୨୭ରୁ ପ୍ରବଳ ବର୍ଷା ପବନ ହେବ। ୨୮ ଓ ୨୯ରେ ଅତି ପ୍ରବଳ ବର୍ଷା ସାଙ୍ଗକୁ ଝଡତୋଫାନ ହେବ ବୋଲି କୁହାଯାଇଛି।

ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିମି ରହିପାରେ। ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ଜଣାପଡିନଥିଲେ ବି ଆନ୍ଧ୍ରକୁ ଅଧିକ କ୍ଷତି ପହଞ୍ଚାଇବ ବୋଲି କୁହାଯାଇଛି। ଓଡିଶାରେ କେବଳ ପ୍ରବଳ ବର୍ଷା ହେବ। ତିନି ଦିନ ଧରି ବର୍ଷା ପବନ ରହିଛି ।

ଆଗାମୀ ୨୪ ଘଣ୍ଟାରେ ବାତ୍ୟା ଗତିପଥର ଚିତ୍ର ଆହୁରି ଅଧିକ ସ୍ପଷ୍ଟ ହେବ ବୋଲି କହିଛି ଆଇଏମଡି। ଅଧିକାଂଶ ପାଣିପାଗ ବିଜ୍ଞାନୀ ଏନେଇ ପୂର୍ବାନୁମାନ କରିଥିବା ବେଳେ ସୃଷ୍ଟି ହୋଇଥିବା ମଡେଲ ତାହା ପ୍ରମାଣିତ କରିଛି। ବଡ ଆକାରରେ ନହେଲେ ବି ଛୋଟଧରଣର ବାତ୍ୟା ହେବା ଥୟ ବୋଲି ସେ କହିଛନ୍ତି।

Cyclone Cyclone

୨୭ରୁ ୨୯ ତିନିଦିନ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୭ ତାରିଖରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼. ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ପ୍ରବଳ ବର୍ଷା ହେବାକୁ ଥିବାବେଳେ ୨୮ରେ ସାରା ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବାବେଳେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅତିପ୍ରବଳ ବର୍ଷା ହୋଇପାରେ ।

କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ସେହିଭଳି ୨୯ରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ଅତିପ୍ରବଳ ବର୍ଷିବା ନେଇ ପାଣିପାଗ କେନ୍ଦ୍ର ସତର୍କତା ଜାରି କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+