ଆରବ ସାଗରରେ ବାତ୍ୟା 'ବିପର୍ଯ୍ୟୟ'
ନୂଆଦିଲ୍ଲୀ: ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ବାତ୍ୟା 'ବିପର୍ଯ୍ୟୟ' କେନ୍ଦ୍ରୀଭୂତ ହୋଇଛି । ଗୋଆରୁ ପଶ୍ଚିମ-ଦକ୍ଷିଣ ଦିଗରେ ୯୦୦ କିମି ଦୂରରେ ରିହିଥିବା ନେଇ ସୂଚନା ରହିଛି । ଏହା ଆସନ୍ତା ୬ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଇପାରେ ।

ସୂଚନା ଅନୁସାରେ, ବାତ୍ୟା 'ବିପର୍ଯ୍ୟୟ' ଉତ୍ତରମୁହାଁ ହୋଇ ପାକିସ୍ତାନ ଉପକୂଳରେ ପ୍ରଭାବ ପକାଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି । ଏହି ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଦିଗକୁ ଅଗ୍ରସର ହୋଇପାରେ। ଏହାକୁ ବାଂଲାଦେଶ 'ବିପର୍ଯ୍ୟୟ' ନାମରେ ନାମିତ କରାଯାଇଛି ।












Click it and Unblock the Notifications