ବାତ୍ୟା ‘ଅସାନି’ ଏବେ ଦୁର୍ବଳ ହେବ, ଓଡିଶାରେ ପହଞ୍ଚିଲା ବେଳେକୁ ଡିପ୍ରେସନରେ ପରିଣତ ହେବ
ଦୁର୍ବଳ ହେବ ବାତ୍ୟା ‘ଅସାନି’ । ଓଡ଼ିଶା ଉପକୂଳକୁ ଛୁଇଁଲା ବେଳେକୁ ବାତ୍ୟା ଡିପ୍ରେସନରେ ପରିଣତ ହୋଇ ସାରିଥିବା । ଏମିତି କିଛି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ଭୁବନେଶ୍ୱର: ଦୁର୍ବଳ ହେବ ବାତ୍ୟା 'ଅସାନି' । ଓଡ଼ିଶା ଉପକୂଳକୁ ଛୁଇଁଲା ବେଳେକୁ ବାତ୍ୟା ଡିପ୍ରେସନରେ ପରିଣତ ହୋଇ ସାରିଥିବା । ଏମିତି କିଛି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ବାତ୍ୟା 'ଅସାନି' ର କେନ୍ଦ୍ରରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିଛି । ଧୀରେ ଧୀରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଆଜି ରାତିରେ ବିଶାଖପାଟଣା-କାକିନାଡା ପାଖାପାଖି ସମୁଦ୍ର ନିକଟତର ହେବ । ଏହା ସହ ଆସନ୍ତାକାଲି ଠାରୁ ଦିଗ ବଦଳାଇ ଓଡ଼ିଶା ଉପକୂଳ ସମାନ୍ତରାଳରେ ଯିବ । ଭୀଷଣ ବାତ୍ୟା ଅସାନୀ ଏହି ସମୟରେ ଓଡ଼ିଶା ଉପକୂଳ ସମୁଦ୍ରରେ ୪୦ରୁ ୬୦ କିମି ପବନ ବହିପାରେ ।
ସମ୍ପ୍ରତି ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୫୧୦ କିମି ଏବଂ ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୯୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତିପଥ ବଜାୟ ରଖିବା ସହ ଆଜି ପଶ୍ଚିମ-କେନ୍ଦ୍ରୀୟ ଓ ତତ୍ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ସମୁଦ୍ର ମଧ୍ୟରେ ଉତ୍ତର-ଆନ୍ଧ୍ର ଓ ଓଡ଼ିଶା ଉପକୂଳ ପହଞ୍ଚିବାର ସମ୍ଭାବନା ରହିଛି ।
ଉପକୂଳ ଜିଲ୍ଲାମାନଙ୍କରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୧୨ ତାରିଖ ବେଳକୁ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ୭ ରୁ ୧୧ ସେମି ବର୍ଷା ସମ୍ଭାବନା ରହିଛି । କେତେକ ସ୍ଥାନରେ ମଧ୍ୟମ ଓ ସର୍ବାଧିକ ୭ରୁ ୧୧ ସେମି ବର୍ଷା ହୋଇପାରେ । ଅସାନି ପାଇଁ ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଥିବା ବେଳେ ପୁରୀ, ଚାନ୍ଦବାଲି/ଧାମରା ଏବଂ ପାରାଦ୍ୱୀପ ବନ୍ଦର ପାଇଁ ୨ନମ୍ବର ବିପଦ ସଂକେତ ଜାରି କରାଯାଇଛି ।












Click it and Unblock the Notifications