ଦୁର୍ବଳ ହେଲା ବାତ୍ୟା 'ଅସାନି': ଓଡିଶାକୁ ଆସିଲାନି, ଆଗକୁ ଫେରିବ ତାତି

ଡରାଇଲା.. ଛାନିଆ କଲା, ହେଲେ ଧୂଳି ଟିକେ ବି ଉଡିଲାନି । ବାତ୍ୟାର ଅବଶିଷ୍ଠଂଶ ଗତକାଲିର ଗଭୀର ଅବପାତ ଆଜି ଆହୁରି ଦୁର୍ବଳ ହୋଇ ଗୋଟିଏ ଅବପାତରେ ପରିଣତ ହୋଇଛି ।

ଭୁବନେଶ୍ୱର: ଡରାଇଲା.. ଛାନିଆ କଲା, ହେଲେ ଧୂଳି ଟିକେ ବି ଉଡିଲାନି । 8, 10, 12 ତାରିଖ ପାଣିପାଗ ବିଭାଗରେ ବିଭିନ୍ନ ଆକଳନ ପରେ ଶେଷରେ ଓଡିଶା ଉପକୂଳଠୁ ଦୂରେଇ ଯାଇ ଏବେ ଦୁର୍ବଳ ହେଲାଣି ବାତ୍ୟା 'ଅସାନି' । ରାଜ୍ୟ ଉପରୁ ଟଳିଗଲା ବାତ୍ୟା ବିପଦ । ତେବେ ବାତ୍ୟା ଗଲା ପରେ ରାଜ୍ୟକୁ ପୁଣି ତାତି ଫେରି ପାରେ ବୋଲି ପୂର୍ବାନୁମାନ କଲେଣି ପାଣିପାଗ ବିଶେଷଜ୍ଞ ।

cyclone asani

ବାତ୍ୟାର ଅବଶିଷ୍ଠଂଶ ଗତକାଲିର ଗଭୀର ଅବପାତ ଆଜି ଆହୁରି ଦୁର୍ବଳ ହୋଇ ଗୋଟିଏ ଅବପାତରେ ପରିଣତ ହୋଇଛି । ଗତ 6 ଘଣ୍ଟା ମଧ୍ୟରେ ଏହା ସ୍ଥିର ରହିଥିବା ବେଳେ, ଆଗାମୀ 12 ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଗୋଟିଏ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ସୂଚନାଥାଉ କି, ଗତକାଲି ଆନ୍ଧ୍ରର କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁ ଥିଲା ବାତ୍ୟା ଅସାନି । ଆଉ ରିକର୍ଭ କରିବା ପରେ ସମୁଦ୍ର ଭିତରେ ଗତି କରୁଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟା ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୫୫ରୁ ୬୫ କିଲୋମିଟର ରହିଥିଲା । ସ୍ଥଳ ବିଶେଷରେ ଏହା ୭୫ କିମି ଛୁଇଁଥିଲା ।

ତେବେ ବାତ୍ୟା ଯୋଗୁ ଓଡ଼ିଶାରେ କୌଣସି ପ୍ରଭାବ ପଡ଼ିନାହିଁ । ଆଜି ମାଲିକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞଅଜ ଓ ବାଲେଶ୍ୱରର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ଅସାନି ପ୍ରଭାବରେ ଗତ ୨୪ ଘଣ୍ଟାରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି ।

ଅନ୍ୟପଟେ ଆସନ୍ତାକାଲିଠୁ ରାଜ୍ୟରେ ଖରା ବଢିବ । ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ଖରା ହେବ । ଆସନ୍ତା ୧୩, ୧୪, ୧୫ ଓ ୧୬ ତାରିଖରେ ଖରା ଅଧିକ ହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+