Cylone Asani: ଆସୁଛି ବାତ୍ୟା ଆସାନୀ, କେଉଁଠି ମାଡ଼ ହେବ ସ୍ପଷ୍ଟ କଲା ପାଣିପାଗ ବିଭାଗ

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏବଂ ଆଣ୍ଡାମାନ ସାଗରର ଦକ୍ଷିଣରେ ଅବପାତର ରୂପ ନେଇ ଆଣ୍ଡାମାନ ଏବଂ ନିକୋବର ଦୀପପୁଞ୍ଜକୁ ଛୁଇଁବ । ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସୂଚନା ଦିଆଯାଇଛି ।

ନୂଆଦିଲ୍ଲୀ: ଆସୁଛି ଚଳିତ ବର୍ଷର ପ୍ରଥମ ବାତ୍ୟା 'ଆସାନୀ' । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏବଂ ଆଣ୍ଡାମାନ ସାଗରର ଦକ୍ଷିଣରେ ଅବପାତର ରୂପ ନେଇ ଆଣ୍ଡାମାନ ଏବଂ ନିକୋବର ଦୀପପୁଞ୍ଜକୁ ଛୁଇଁବ । ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସୂଚନା ଦିଆଯାଇଛି ।

Cyclone

ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟାର ବିପଦ ଓଡ଼ିଶା ତଥା ଭାରତର ମୁଖ୍ୟ ସ୍ଥଳଭାଗ ପ୍ରତି ନାହିଁ। ବାତ୍ୟାର ଗତିବିଧି ସମ୍ପର୍କରେ ଆସିଥିବା ଚିତ୍ରରୁ ଏହା ଏକ ପ୍ରକାର ସ୍ପଷ୍ଟ ହୋଇଛି। ବାତ୍ୟାର ପ୍ରଭାବ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ବାଂଲାଦେଶ ଏବଂ ମ୍ୟାନ୍‌ମାରରେ ପଡ଼ିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।

ଉଭୟ ଆଣ୍ଡାମାନ ଓ ନିକୋବାରରେ ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସମ୍ଭାବ୍ୟ ବାତ୍ୟାକୁ ଦେଖି ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଆଣ୍ଡାମାନ ଓ ନିକୋବାର ପ୍ରଶାସନ। ଏହି ସମୟରେ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ପ୍ରଶାସନ ଫରେଶୋର ସେକ୍ଟରରେ ଜାହାଜ ଚଳାଚଳକୁ ବାତିଲ କରିଦେବା ସହିତ ଯାତ୍ରୀମାନଙ୍କ ପାଇଁ ହେଲ୍ପଲାଇନ ନମ୍ବର ୦୩୧୯୨-୨୪୫୫୫୫/୨୩୨୭୧୪ ଏବଂ ଟୋଲ ଫ୍ରି ନମ୍ବର - ୧-୮୦୦-୩୪୫-୨୭୧୪ ଜାରୀ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+