ବାତ୍ୟା ‘ଆସାନି’: ସମୁଦ୍ରରେ ଭାସିଲ ରହସ୍ୟମୟ ରଥ, ଦେଖନ୍ତୁ ଭିଡିଓ
ଆନ୍ଧ୍ରପ୍ରଦେଶ ଉପକୂଳରେ ବାତ୍ୟା ‘ଆସାନି’ର ପ୍ରଭାବ ମଧ୍ୟରେ ଏକ ରହସ୍ୟମୟ ସୁବର୍ଣ୍ଣ ରଙ୍ଗର ରଥ ଭାସୁଥିବାର ଦେଖିବାକୁ ମିଳିଛି ।
ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଉପକୂଳରେ ବାତ୍ୟା 'ଆସାନି'ର ପ୍ରଭାବ ମଧ୍ୟରେ ଏକ ରହସ୍ୟମୟ ସୁବର୍ଣ୍ଣ ରଙ୍ଗର ରଥ ଭାସୁଥିବାର ଦେଖିବାକୁ ମିଳିଛି । ଶ୍ରୀକାକୁଲମର ସୁନାପାଲ୍ଲୀ ସମୁଦ୍ର କୂଳକୁ ଭାସି ଭାସି ଆସିଛି ଏହି ବିଶାଳ ରଥ ।

ବାତ୍ୟା 'ଆସାନି' ଯୋଗୁଁ ସମୁଦ୍ର ଅଶାନ୍ତ ହୋଇପଡିଥିବା ବେଳେ ଶ୍ରୀକାକୁଲମ୍ ଜିଲ୍ଲାର ସନ୍ନାପାଲି ବନ୍ଦରରେ ଲୋକମାନେ ପାଣିରେ ଏହି ରଥଟି ଭାସୁଥିବା ଦେଖିଥିଲେ। ANI ଦ୍ୱାରା ରିଲିଜ୍ ହୋଇଥିବା ଭିଡିଓରେ ଦର୍ଶାଯାଇଛି ଯେ, ଲୋକମାନେ ରଥକୁ ପାଣି ଭିତରୁ ଟାଣି ଆଣି କୂଳକୁ ଆଣିଛନ୍ତି ।
#WATCH | Andhra Pradesh: A mysterious gold-coloured chariot washed ashore at Sunnapalli Sea Harbour in Srikakulam y'day, as the sea remained turbulent due to #CycloneAsani
SI Naupada says, "It might've come from another country. We've informed Intelligence & higher officials." pic.twitter.com/XunW5cNy6O
— ANI (@ANI) May 11, 2022
ବଙ୍ଗୋପସାଗରରେ ରଥ କିପରି ଓ କେଉଁଠି ଆସିଲା ତାହା ନିଶ୍ଚିତ ହୋଇନାହିଁ । ଶ୍ରୀକାକୁଲମ ଜିଲ୍ଲାର ନାଉପଡା ଏସ୍ଆଇ କହିଛନ୍ତି, "ଏହା ଅନ୍ୟ କୌଣସି ଦେଶରୁ ଭାସି ଭାସି ଏଠାରୁ ଆସିଥାଇ ପାରେ। ଏ ସମ୍ପର୍କରେ ଗୁଇନ୍ଦା ବିଭାଗକୁ ତଥ୍ୟ ଦିଆଯାଇଛି। ଉଚ୍ଚ ପଦାଧିକାରୀଙ୍କୁ ମଧ୍ୟ ସ୍ୱର୍ଣ୍ଣ ରଙ୍ଗର ରଥ ସମ୍ପର୍କରେ ଅବଗତ କରାଯାଇଛି।"












Click it and Unblock the Notifications