ବଦଳିଲା ବାତ୍ୟା ଦିଗ, କାକିନଡାରେ ସ୍ଥଳଭାଗ ଛୁଇଁପାରେ ‘ଅସାନି’
ବାତ୍ୟା ‘ଅସାନି’କୁ ନେଇ ଏସଆରସିଙ୍କ ପ୍ରେସମିଟ୍ । ଭାରତୀୟ ପାଣିପାଗ ବିଭାଗ ଠାରୁ ମିଳିଥିବା ସୂଚନା ଅନୁସାରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା ।
ଭୁବନେଶ୍ୱର: ବାତ୍ୟା 'ଅସାନି'କୁ ନେଇ ଏସଆରସିଙ୍କ ପ୍ରେସମିଟ୍ । ଭାରତୀୟ ପାଣିପାଗ ବିଭାଗ ଠାରୁ ମିଳିଥିବା ସୂଚନା ଅନୁସାରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା । ଆନ୍ଧ୍ର କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ ବାତ୍ୟା । କାକିନାଡ଼ା-ବିଶାଖାପାଟଣା ମଝାମଝି ସ୍ଥଳଭାଗ ଛୁଇଁ ଛୁଇଁ ଯାଇପାରେ ବୋଲି ପାଣିପାଗ ବିଭାଗ ସଦ୍ୟତମ ସୂଚନା ଦେଇଛି ।

ତେବେ ସ୍ଥଳଭାଗ ଛୁଇଁ ଯିବା ପରେ ପୁଣି ସମୁଦ୍ରକୁ ରିକର୍ଭ କରିପାରେ ଅସାନୀ । ସମୁଦ୍ରକୁ ପୁଣି ପଶିବା ପରେ ଦୁର୍ବଳ ହୋଇ ଡିପ୍ ଡିପ୍ରେସନରେ ପରିଣତ ହେବ । ବର୍ତ୍ତମାନ ଆକଳନ ଅନୁସାରେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁ ନପାରେ । ୧୩ ତାରିଖ ସକାଳ ପର୍ଯ୍ୟନ୍ତ ବାତ୍ୟା ଓଡ଼ିଶା ଉପକୂଳ ପହଞ୍ଚିବ ନାହିଁ । ୧୩ ସକାଳ ବେଳକୁ ବାତ୍ୟା ପୂରା ଦୁର୍ବଳ ହୋଇସାରିଥିବ ବୋଲି ଆଶା କରାଯାଉଥିବା ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।
ଓଡ଼ିଶା ଉପରେ ବେଶି ପବନ ହେବ ନାହିଁ, ବର୍ଷା ହେବ । ରାୟଗଡା, ମାଲାକାନଗିରି, ଗଜପତି, କୋରାପୁଟ ଓ ଗଞ୍ଜାମରେ ଆସନ୍ତାକାଲି ଠାରୁ ବର୍ଷା ହେବା । ୧୨ ତାରିଖରେ ଉପକୂଳ ଜିଲ୍ଲାରେ କିଛି ମାତ୍ରାରେ ବର୍ଷା ସମ୍ଭାବନା । ମଧ୍ୟମରୁ ପ୍ରବଳ ବର୍ଷା ହେବ, ଅତିଭୀଷଣ ବର୍ଷା ହେବ ନାହିଁ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା ।












Click it and Unblock the Notifications