ଆଉ ଘଣ୍ଟେ ଦେଢ ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଅସାନି’
ଶେଷରେ ବୁଧବାର ସ୍ଥଳଭାଗ ଛୁଇଁବ ବାତ୍ୟା ‘ଆସାନି’ । ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଆଜି ସନ୍ଧ୍ୟାରେ ଆନ୍ଧ୍ରର କାକିନାଡା-ମଛଲିପଟନମ ନିକଟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ‘ଆସାନି’ ।
ଭୁବନେଶ୍ୱର: ଶେଷରେ ବୁଧବାର ସ୍ଥଳଭାଗ ଛୁଇଁବ ବାତ୍ୟା 'ଅସାନି' । ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଆଜି ସନ୍ଧ୍ୟାରେ ଆନ୍ଧ୍ରର କାକିନାଡା-ମଛଲିପଟନମ ନିକଟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା 'ଅସାନି' । ବାତ୍ୟା ଅସାନିର ପ୍ରଭାବ ଓଡ଼ିଶାରେ ସେମିତି ଅଧିକ ପଡିବନି ବୋଲି ସେ କହିଛନ୍ତି ।

ବାତ୍ୟା ଅସାନି ଦୁର୍ବଳ ହୋଇ ସାମୁଦ୍ରିକ ଝଡ ଭାବେ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିଛି । ସ୍ଥଳଭାଗ ଛୁଇଁ ଏହା ଡାହାଣକୁ ରିକର୍ଭ କରିବ । ଏହାପରେ ଧୀର ଗତିରେ ଉତ୍ତର, ଉତ୍ତର-ପୂର୍ବ ଦିଗରେ ସମୁଦ୍ର ସହ ସମାନ୍ତରଳ ଭାବେ ଗତି କରିବ । ମଧ୍ୟରାତ୍ରୀ ବେଳକୁ ସମୁଦ୍ର ମଧ୍ୟକୁ ପଶିବ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି ।
ଏପଟେ ରାଜ୍ୟରେ ଉପକୂଳ ଜିଲ୍ଲାଗୁଡ଼ିକ ସହ ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତକାଲି ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।












Click it and Unblock the Notifications