ମାଡ଼ି ଆସୁଅଛି ବାତ୍ୟା ; ପାରାଦୀପରେ ସତର୍କ ସୂଚନା ଜାରି
ଭୀଷଣ ବାତ୍ୟା ମୋନ୍ଥା ପାଇଁ ପାରାଦୀପରେ ସତର୍କ ସୂଚନା ଜାରି କରାଯାଇଛି। ମତ୍ସ୍ୟ ବିଭାଗ ଓ ସାମୁଦ୍ରିକ ପୁଲିସ ପକ୍ଷରୁ ମାଇକ୍ ଦ୍ଵାରା ଲୋକମାନଙ୍କୁ ସତର୍କ କରାଯାଇଛି। ନେହେରୁ ବଙ୍ଗଳା , ଫିସିଂ ହାର୍ବର , ଅଠରବାଙ୍କି ଏବଂ ଷଣ୍ଢକୁଦରେ ପ୍ରଚାର କରାଯାଉଛି। ନୂଆବଜାର , ଚୌମୁହାଣି ଅଞ୍ଚଳରେ ବି ମାଇକ୍ ଦ୍ଵାରା ପ୍ରଚାର କରାଯାଉଛି। ୨୯ ତାରିଖ ଯାଏଁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଏବଂ ଯେଉଁମାନେ ସମୁଦ୍ରରେ ଅଛନ୍ତି, ସେମାନଙ୍କୁ ତୁରନ୍ତ କୂଳକୁ ଫେରି ଆସିବାକୁ ଅପିଲ କରାଯାଇଛି।

ତେବେ ବଙ୍ଗୋପସଗାରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଆଜି ଅବପାତର ରୂପ ନେବ । ୨୬ତାରିଖରେ ଗଭୀର ଅବପାତରେ ପରିଣତ ହେବା ପରେ ୨୭ତାରିଖରେ ବାତ୍ୟାରେ ପରିଣତ ହେବ । ହେଲେ ଏହି ବାତ୍ୟା ଓଡ଼ିଶାରେ କୌଣସି କ୍ଷତି ପହଞ୍ଚାଇବ ନାହିଁ । ବାତ୍ୟା ଆନ୍ଧ୍ରପ୍ରଦେଶ ମୁହାଁ ହେଉଥିବା ବେଳେ କେଉଁଠି ସ୍ଥଳଭାଗ ଛୁଇଁବ ତାହା ନେଇ ଆକଳନ କରାଯାଇନାହିଁ । ଏହା କେଉଁଠି ଅତିକ୍ରମ କରିବ, କେତେ ବେଗରେ ମାଡ ହେବ ଆଜି ଆଇଏମଡି ଏନେଇ ସୂଚନା ଦେଇପାରେ ।












Click it and Unblock the Notifications