ବଢ଼ିଲା ବାତ୍ୟା ଚର୍ଚ୍ଚା: ନେଲୋରରୁ ପାରାଦ୍ବୀପ ମୁହାଁଇପାରେ

ମାଲାକ୍କା ସମୁଦ୍ର ମଧ୍ୟ ଅଂଶରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ବ୍ୟାପ୍ତି ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୫.୮କି.ମି. ଉଚ୍ଚତା ପର୍ଯ୍ୟନ୍ତ ସକ୍ରିୟ ରହିଛି। ଏହାର ପ୍ରଭାବରେ ଶନିବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ପରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ୨୪ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଦକ୍ଷିଣ ବଙ୍ଗୋପସାଗର ମଧ୍ୟଭାଗରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି ।

ପରବର୍ତ୍ତୀ ୪୮ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଅଧିକ ଘନୀଭୂତ ହୋଇପାରେ । ସମ୍ଭାବ୍ୟ ଅବପାତ ପ୍ରଭାବ କେତେଦୂର ଓଡ଼ିଶା ଉପରେ ପଡ଼ିବ, କେଉଁଆଡ଼କୁ ତାହା ମୁହଁାଇବ, ଓଡ଼ିଶାର କେଉଁ ଜିଲାରେ କେତେ ପରିମାଣ ବର୍ଷା ହେବ ତାକୁ ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଶନିବାର ଲଘୁଚାପ ସୃଷ୍ଟି ପରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ, ତାମିଲନାଡୁ, କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। କିନ୍ତୁ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ବିଭିନ୍ନ ମଡେଲକୁ ତର୍ଜମା କରି କହିଛନ୍ତି, ବର୍ତ୍ତମାନ ଚିତ୍ର ଦେଖିଲେ ଏହା ଅତି ଭୀଷଣ ବାତ୍ୟା ରୂପ ନେବା ଆଶଙ୍କା ରହିଛି ।

cyclone alert in odisha may cyclone in paradeep odisha

ଉତ୍ତର ଆନ୍ଧ୍ରପ୍ରଦେଶର ନେଲୋରଠାରୁ ଦକ୍ଷିଣ ଓଡ଼ିଶାର ପାରାଦ୍ବୀପ ମଧ୍ୟରେ କୌଣସିଠାରେ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ସ୍ଥଳଭାଗ ଅତିକ୍ରମ କରିପାରେ। ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଆସିବାକୁ ସପ୍ତାହେ ସମୟ ରହିଛି। ତେଣୁ ଆସନ୍ତା ୨୫ ତାରିଖ ବେଳକୁ ସ୍ପଷ୍ଟ ଆକଳନ କରାଯାଇପାରିବ। ଶନିବାର ସକାଳ ସୁଦ୍ଧା ସ୍ପଷ୍ଟ ଲଘୁଚାପ ଦକ୍ଷିଣ ଆଣ୍ଡାମାନ ସାଗରରେ ୨୪ତାରିଖ ବେଳକୁ ପହଞ୍ଚିବ ଏବଂ ପରେ ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ରୂପ ନେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ୨୬ରେ ବାତ୍ୟାରେ ପରିଣତ ହେବ, ହେଲେ ଏହା ଶୀଘ୍ର ଘନୀଭୂତ ହୋଇ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୨୮ ତାରିଖ ସୁଦ୍ଧା ଭୀଷଣ ବାତ୍ୟା ରୂପ ନେବ। ବିଭିନ୍ନ ମଡେଲ କହୁଛି, ୨୯ କିମ୍ବା ୩୦ରେ ଅତି ଭୀଷଣ ବାତ୍ୟା ରୂପ ଧାରଣ କରିବ ଏବଂ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରକୁ ମୁହଁାଇବ ।

ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଆଡ଼କୁ ସମ୍ଭାବ୍ୟ ବାତ୍ୟା ମୁହଁାଇବାର କାରଣ ହେଲା, ଏହାର ଉତ୍ତରରେ ପଶ୍ଚିମ ପ୍ରଶାନ୍ତ ମହାସାଗରରୁ ଉତ୍ତର-ପୂର୍ବ ଭାରତ ଦେଇ ମିଆଁମାର ପର୍ଯ୍ୟନ୍ତ ଏକ ଶକ୍ତିଶାଳୀ ଗୁରୁଚାପ ବଳୟ ରହିଛି। ଯାହାକି ସିଷ୍ଟମକୁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଠେଲିବ। ବାତ୍ୟା ଫଣି ପରି ମେଘ ଗଠନ କରିପାରେ। ସମ୍ଭାବ୍ୟ ବାତ୍ୟା ଦିଗ ବଦଳାଇବା ସମ୍ଭାବନା କମ। ବର୍ତ୍ତମାନ ସ୍ଥିତି ଦେଖିଲେ ସ୍ପଷ୍ଟଭାବେ ସ୍ଥଳଭାଗ ଛୁଇଁବାର ନିର୍ଦିଷ୍ଟ ସମୟ ଓ ସ୍ଥାନ କହିବା ସମ୍ଭବ ନୁହେଁ। କାରଣ ବର୍ତ୍ତମାନ ସିଷ୍ଟମଟି ପ୍ରାଥମିକ ସ୍ତରରେ ରହିଛି। ସମ୍ଭାବ୍ୟ ବାତ୍ୟା ଯେଉଁଠାରେ ସ୍ଥଳଭାଗ ଛୁଇଁଲେ ବି ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି ।

ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ପୂର୍ବ ଆକଳନ ଅନୁସାରେ ବର୍ତ୍ତମାନ ସିଷ୍ଟମ ଗତିବିଧି ଆକଳନ କରିବା ଚ୍ୟାଲେଞ୍ଜ ହେଉଛି। କାରଣ ସିଷ୍ଟମଟି ଦୁର୍ବଳ ଅବସ୍ଥାରେ ଅଛି। ପୂର୍ବରୁ ୨୭ କିମ୍ବା ୨୮ ତାରିଖ ବେଳକୁ ସ୍ଥଳଭାଗ ଛୁଇଁବ ବୋଲି ଦେଖାଯାଉଥିଲା। ଏବେ ୩୦ ତାରିଖ ବେଳକୁ ଦେଖାଉଛି । ତେଣୁ ଆସନ୍ତା ୨୫ ତାରିଖ ବେଳକୁ ସ୍ଥଳଚିତ୍ର ଆସିବ। ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ କମିଛି । ସପ୍ତାହେ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+