ମାତିଛନ୍ତି ସାଇବର ଲୁଟେରା, ୧୬ ମାସରେ ଲୁଟିଲେଣି ୨୨୨ କୋଟି: ମୁଖ୍ୟମନ୍ତ୍ରୀ
ମାତିଛନ୍ତି ସାଇବର ଲୁଟେରା, ୧୬ ମାସରେ ଲୁଟିଲେଣି ୨୨୨ କୋଟି ଟଙ୍କା । ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ୧୬ ମାସରେ ଘଟିଛି ୩୪୮୬ଟି ସାଇବର କ୍ରାଇମ୍' । ସାଇବର ଅପରାଧରେ ଗିରଫ ହୋଇଛନ୍ତି ୭୨୭, ୧୦୪ଙ୍କ ନାଁରେ ଚାର୍ଜସିଟ୍' ରହିଛି । ୬୧ ଲକ୍ଷ ୩୬ ହଜାର ଟଙ୍କା ଫେରସ୍ତ ପାଇଛନ୍ତି ଠକେଇରେ ଶିକାର ବ୍ୟକ୍ତି' । ୬ କୋଟି ୭୪ ଲକ୍ଷ 9 ହଜାର ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ହୋଇଛି ଅଚଳ ।

ବିଧାନସଭାର ଚାଲିଥିବା ଶୀତ ଅଧିବେଶନ ଆଜି ଦଶମ ଦିନରେ ପହଞ୍ଚିଛି । ଗୃହ କାର୍ଯ୍ୟ ଆରମ୍ଭରୁ ଆଜିର ବାତାବରଣ ବେଶ୍ ସ୍ୱାଭାବିକ ରହିଥିବା ଦେଖିବାକୁ ମିଳିଛି । ବିଶେଷକରି ଆଜିର ପ୍ରଶ୍ନକାଳ କାର୍ଯ୍ୟକ୍ରମ କୌଣସି ବାଧାବିଘ୍ନ ନ ଥାଇ ସୁରୁଖୁରୁରେ ଚାଲିଛି । ବିଧାୟକମାନେ ରାଜ୍ୟର ବିଭିନ୍ନ ମୌଳିକ ସମସ୍ୟା ଉପରେ ପ୍ରଶ୍ନ କରୁଛନ୍ତି ଏବଂ ବିଭାଗୀୟ ମନ୍ତ୍ରୀମାନେ ଏହାର ଯଥାଯଥ ଉତ୍ତର ରଖୁଛନ୍ତି ।
ତେବେ ଆଜିର ଦିନଟି ବେଶ୍ ଗୁରୁତ୍ୱପୂର୍ଣ୍ଣ, କାରଣ ଆଜି ଗୃହ, ଅର୍ଥ, ସ୍ୱାସ୍ଥ୍ୟ, ସାଧାରଣ ପ୍ରଶାସନ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ଭଳି ପ୍ରମୁଖ ବିଭାଗଗୁଡ଼ିକର ପ୍ରଶ୍ନକାଳ ରହିଛି । ବିରୋଧୀ ଦଳର ସଦସ୍ୟମାନେ ଆଇନଶୃଙ୍ଖଳା, ସ୍ୱାସ୍ଥ୍ୟସେବା ଏବଂ ପ୍ରଶାସନିକ ବ୍ୟବସ୍ଥାରେ ଥିବା ତ୍ରୁଟିକୁ ନେଇ ସରକାରଙ୍କୁ ଘେରିବା ପାଇଁ ପୂରା ପ୍ରସ୍ତୁତ ରହିଛନ୍ତି । ଫଳରେ ଆଜି ମଧ୍ୟ ଅପରାହ୍ନ ଅଧିବେଶନ ସରଗରମ ରହିବାର ସମ୍ଭାବନା ରହିଛି । ଆଜି ଗୃହରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ମଧ୍ୟ ବିସ୍ତୃତ ଆଲୋଚନା କରାଯିବ ।












Click it and Unblock the Notifications