ବୁଲିବା ଆରମ୍ଭ କଲା ସାଇବର ସୁରକ୍ଷା ରଥ: ବାଣ୍ଟିଲା ସଚେତନତାର ମନ୍ତ୍ର, 'ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ'

କଟକ: ରାଜ୍ୟର ସମସ୍ତ ଜିଲ୍ଲାରେ ବୁଲିବା ଆରମ୍ଭ କରିଛି ସାଇବର ସୁରକ୍ଷା ରଥ । ଆଉ ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିବା ଆରମ୍ଭ କରିଛି । 'ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ' ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଏହି ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ସମସ୍ତ ଜିଲ୍ଲାରେ ଅଭିଯାନ ଆରମ୍ଭ ହୋଇଛି । ସାଇବର ରଥକୁ ଆଜି ସମସ୍ତ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟଠାରେ ଭବ୍ୟ ସ୍ବାଗତ କରାଯାଇଥିଲା।

ଏହି ଅଭିଯାନରେ ଜିଲ୍ଳାର ଜିଲ୍ଲାପାଳ, ଏସପିଙ୍କ ସମେତ ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତି ସଦସ୍ୟ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପଞ୍ଚାୟିତରାଜ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଏବଂ ଜିଲ୍ଲା ଏସପି ମାନଙ୍କ ଦ୍ଵାରା ସଚେତନତା ବାର୍ତ୍ତା ସାଇବର ରଥରେ ପ୍ରଦର୍ଶିତ ହେଉଛି। ପରେ ସାଇବର ସୁରକ୍ଷା ରଥ ଜିଲ୍ଲାର ଅନ୍ୟ ସ୍ଥାନ ଅଭିମୁଖେ ଗସ୍ତ କରିଥିଲା।

cyber_rath

ଉଲ୍ଲେଖଯୋଗ୍ୟ ଯେ, ଗତ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିଅମରେ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଥିଲେ । ୩୪ଟି ସାଇବର ସୁରକ୍ଷା ରଥ ସାରା ରାଜ୍ୟର ବିଭିନ୍ନ ସ୍କୁଲ, କଲେଜ ଓ ପଞ୍ଚାୟତ ଆଦି ଭ୍ରମଣ କରି ସାଇବର ସୁରକ୍ଷା ସଂପର୍କରେ ସଚେତନତାର ବାର୍ତ୍ତା ପ୍ରଦାନ କରିବ ।

ଉଲ୍ଲେଖଯୋଗ୍ୟ ଯେ, ସାଇବର ସୁରକ୍ଷା ପାଇଁ ସାଇବର ମାସ୍କଟ ସାଇରା ସବୁ ଜିଲ୍ଲା ରେ ବୁଲି ସାଇବର ସୁରକ୍ଷା ବାର୍ତ୍ତା ପ୍ରଦାନ କରୁଛି। ଲୋକ ମାନଙ୍କୁ ସଚେତନ କରିବା ପାଇଁ ଗୋଟିଏ ସାଇବର ଥିମ ଗୀତ ତିଆରି ହୋଇଛି ଯାହା ଲୋକ ମାନକୁ ସୁରକ୍ଷା ବାର୍ତ୍ତା ପ୍ରଦାନ କରୁଛି। ଅନେକ ସଚେତନତା କ୍ଷୁଦ୍ର ଚଳଚ୍ଚିତ୍ର ତିଆରି ହୋଇ ସାଇବର ରଥରେ ପ୍ରଦର୍ଶିତ ହେଉଛି । ଅନେକ ଜିଲ୍ଲାରେ ପଥପ୍ରାନ୍ତ ନାଟକ ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି ।

ଏହି ସାଇବର ସୁରକ୍ଷା ଅଭିଯାନ ର ମୂଳ ଲକ୍ଷ ଏକ ସାଇବର ସୁରକ୍ଷିତ ସୁସ୍ଥ ସମାଜ ଗଠନ କରିବା ଏବଂ ଲୋକ ମାନଙ୍କୁ ସାଇବର ଠକେଇ ରୁ ବଞ୍ଚାଇବା। ଯଦି କେହି ସାଇବର ଅପରାଧ ଶିକାର ହେଉଛନ୍ତି ତେବେ ଅତି ଶୀଘ୍ର 1930 ରେ ଫୋନ କରନ୍ତୁ ଏବଂ ସାଇବର ଠକେଇରୁ ବଞ୍ଚିବା ପାଇଁ ବାର୍ତ୍ତା ପ୍ରେରଣ କରା ଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଅକ୍ଟୋବର ୮ ତାରିଖ ସକାଳେ ବିଭିନ୍ନ ସହରାଞ୍ଚଳରେ Mini Marathon ଆୟୋଜନ କରାଯିବ । ୧୪ ତାରିଖ ଦିନ ବରିଷ୍ଠ ନାଗରିକ ମାନଙ୍କୁ ସଚେତନ କରିବାକୁ evening walk କାର୍ଯ୍ୟକ୍ରମ ଆୟୋଜନ କରାଯିବ । ୧୫ ତାରିଖରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କ ସହିତ ପଦ୍ମ ପୁରସ୍କାରପ୍ରାପ୍ତ ବିଶିଷ୍ଟ ବ୍ୟକ୍ତିଗଣ, ସ୍ବାଧୀନତା ସଂଗ୍ରାମୀ ମାନେ ଉପସ୍ଥିତ ରହିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+