ସଚେତନତା ଓ ସତର୍କତା ହିଁ ସାଇବର ଅପରାଧକୁ ରୋକିବ; ପ୍ରତି ଅଞ୍ଚଳରେ ସାଇବର ସୁରକ୍ଷା ରଥକୁ ସ୍ୱାଗତ

ସଚେତନତା ଓ ସତର୍କତା ଦ୍ୱାରା ହିଁ ସାଇବର ଅପରାଧକୁ ରୋକିହେବ । ଏହି ବାର୍ତ୍ତାଟି ରାଜ୍ୟର ଘରେ ଘରେ ଏବଂ ପ୍ରତିଟି ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟ ନେଇ ସାଇବର ସୁରକ୍ଷା ରଥ ନିଜର ଅଭିଯାନ ଜାରି ରଖୁଛି । ଆଜି ଦ୍ଵିତୀୟ ଦିନରେ ସାଇବର ସୁରକ୍ଷା ରଥ ରାଜ୍ୟର ସମସ୍ତ ଜିଲ୍ଲାରେ ଗାଁ ଠାରୁ ଆରମ୍ଭ କରି ସହର, ବଜାର, ହାଟ, କଲେଜ ତଥା ଶିକ୍ଷାନୁଷ୍ଠାନ ଗୁଡିକରେ ସାଇବର ଠକେଇ ସମ୍ପର୍କରେ ସଚେତନତାର ବାର୍ତ୍ତା ବାଣ୍ଟି ଚାଲିଛି ।

ସାଇବର ସୁରକ୍ଷା ରଥକୁ ପ୍ରତିଟି ସ୍ଥାନରେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ବାରା ଭବ୍ୟ ସ୍ଵାଗତ କରାଯିବା ସହ ସେଥ‌ିରେ ପ୍ରଦର୍ଶିତ ହେଉଥ‌ିବା ସଚେତନତା ବାର୍ତ୍ତାକୁ ଲୋକମାନେ ଆଗ୍ରହର ସହ ଦେଖୁଥ‌ିବା ପରିଲକ୍ଷିତ ହେଉଛି । ବିଶେଷକରି ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ସାଇବର Volunteer ଭାବେ ଯୋଡି ହୋଇ ସଚେତନତା ବାର୍ତ୍ତା ଗାଁ ଗହଳି ପର୍ଯ୍ୟନ୍ତ ପହଞ୍ଚାଉଛନ୍ତି । ଏହା ବ୍ୟତୀତ ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗୀତା ମଧ୍ଯ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହେଉଛି । ଏଥ‌ିରେ ଅଂଶଗ୍ରହଣ କରି ପୁରସ୍କାର ଜିତିବା ସହ ସାଇବର ସଚେତନ ହେବା ପାଇଁ ଓଡିଶା ପୋଲିସ ତରଫରୁ ଅଭିନବ ପ୍ରୟାସ କରାଯାଇଛି । ଏହି କୁଇଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ।

cyber_rath

ଆଜି ରାଜ୍ୟର ବିଭିନ୍ନ କଲେଜ ତଥା ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ କୁଇଜ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିଛନ୍ତି । ଏହି ଅବସରରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ ମଧ୍ଯ କରାଯାଉଛି । ଏହା ସହ ବିଭିନ୍ନ ସ୍ଥାନରେ ଜନସଚେତନତା ମୂଳକ ନାଟକ, ଲୋକନୃତ୍ୟ ପରିବେଷଣ ସହ କୁନିକୁନି ପିଲାଙ୍କ ଦ୍ବାରା ସଙ୍ଗୀତ ପରିବେଷଣର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି ।

ଯାହାକି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବେଶ ଆଦୃତ ହେଉଛି । ଏହି ସଚେତନତା କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ସାଜିଛି "ସାଇରା" । ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନେ "ସାଇରା" ସହ ସେଲଫି ଓ ଫଟୋ ଉଠାଇବାକୁ ନେଇ ସେମାନଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହୋଇଥିବାବେଳେ "ସାଇରା" ସଚେତନତା ଧର୍ମୀ ଲିଫଲେଟ ଲୋକମାନଙ୍କୁ ବାଣ୍ଟି ସଚେତନ କରିବା ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିଛି ।

ରାଜ୍ୟର ପ୍ରତିଟି ଅଞ୍ଚଳରେ ସାଇବର ସୁରକ୍ଷା ରଥକୁ ସ୍ଥାନୀୟ ଲୋକ ପ୍ରତିନିଧୁ, ବରିଷ୍ଠ ନାଗରିକ, ଛାତ୍ରଛାତ୍ର, ସରକାରୀ ଅଧିକାରୀ, ପଞ୍ଚାୟତ ପ୍ରତିନିଧୂ, ମିଶନ ଶକ୍ତିର କର୍ମକର୍ତ୍ତାଗଣ ସ୍ଵାଗତ କରୁଛନ୍ତି । ଜିଲ୍ଲାର ଏସ.ପି.ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ସାଇବର ରଥ ସଫଳତାର ସହ ସଚେତନତା କାର୍ଯ୍ୟକ୍ରମ ସମାପନ ହେଉଛି । ଉଲ୍ଲେଖଯୋଗ୍ୟଯେ,ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ସବୁ ଜିଲ୍ଲାରେ ୩୪ଟି ସାଇବର ସୁରକ୍ଷା ରଥ ବୁଲି ଲୋକଙ୍କୁ ସଚେତନ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+