Get Updates
Get notified of breaking news, exclusive insights, and must-see stories!

ସବୁ ଜିଲ୍ଲାରେ ସାଇବର ଥାନା ଖୋଲିବ, ୨୦୨୬ ସୁଦ୍ଧା ଓଡ଼ିଶା ହେବ ମାଓ ମୁକ୍ତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୬୯ତମ ପୁଲିସ୍ ଡ୍ୟୁଟି ମିଟର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ ସାଇବର ଥାନା । ସେ କହିଛନ୍ତି ଯେ ପ୍ରତି ଥାନାକୁ ୯ଟି ବାଇକ୍‌ ଦିଆଯିବ। ଗୃହ ବିଭାଗରେ ଖାଲି ପଡ଼ିଥିବା ୧୦ ହଜାର ପଦ ପୂରଣ କରାଯିବ। ସେହିପରି ୫ ହଜାର ଗୃହରକ୍ଷୀଙ୍କୁ ନିଯୁକ୍ତି କରାଯିବ। ୨୦୨୬ ସୁଦ୍ଧା ଓଡ଼ିଶା ମାଓ ମୁକ୍ତ ହେବା ନେଇ ସେ ଦୃଢ଼ୋକ୍ତ ପ୍ରକାଶ କରିଛନ୍ତି। କଟକ ପୋଲିସ ଡ୍ୟୁଟି ମିଟରେ ଯୋଗ ଦେବା ଅବସରରେ ଭର୍ଚୁଆଲ ମୋଡ୍‌ରେ ଉଦଘାଟନ କରିଛନ୍ତି। ୩ ଥାନା ହେଲା ବଳଙ୍ଗା, ଅସ୍ତରଙ୍ଗ, ଡେଲାଙ୍ଗ ଥାନା।

mohan majhi

ସେହିପରି ବୃତ୍ତିଗତ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ଦକ୍ଷ ପ୍ରତିଯୋଗୀମାନଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଡିଜି ୱାଇ.ବି ଖୁରାନିଆଙ୍କ ସମେତ ରାଜ୍ୟ ପୁଲିସ୍ ବାହିନୀର ବହୁ ବରିଷ୍ଠ ଆଇପିଏସ୍ ଓ ଅଧିକାରୀମାନେ ଉପସ୍ଥିତ ଥିଲେ। ପୁରୀ ଜିଲ୍ଲାର ତିନି ନୂଆ ଥାନା ଉଦଘାଟନ କରିଚନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+