୧୮ ଲକ୍ଷ ଲୁଟିନେଲେ ସାଇବର ଠକ
୧୮ ଲକ୍ଷ ଲୁଟିନେଲେ ସାଇବର ଠକ । ବାଘେଶ୍ବର ବାବା ଓ ଧାମ ନାରେ ବଡ଼ଧରଣର ସାଇବର ଠକେଇ । ଅନୁଗୁଳ ଜିଲ୍ଲା କୁମଣ୍ଡ ଗାଁର ବିନିତ୍ କୁମାର ସେଠୀଙ୍କ ନିକଟରୁ ପ୍ରାୟ ୧୮ ଲକ୍ଷ ଟଙ୍କା ଲୁଟ୍ ହୋଇଛି । ଏନେଇ ଅନୁଗୁଳ ସାଇବର ଥାନାରେ ମାମଲା ରୁଜୁ ପରେ ପୋଲିସର ଛାନଭିନ ଆରମ୍ଭ ହୋଇଛି ।

ସୂଚନା ଅନୁଯାୟୀ, ଏକ ଅଜଣା ନମ୍ବରରୁ ବିନିତଙ୍କୁ ଫୋନ କଲ୍ ଆସିଥିଲା । କଲ କରିଥିବା ବ୍ୟକ୍ତି ନିଜକୁ ବାଘେଶ୍ବର ବାବାଙ୍କ କର୍ମଚାରୀ ବୋଲି ପରିଚୟ ଦେଇଥିଲେ । ବିନିତ୍ ଙ୍କ ବିଭିନ୍ନ ସମସ୍ୟାର ସମାଧାନ ବାବା କରିଦେବେ କହି ୧ ଲକ୍ଷ ଟଙ୍କା ମାଗିଥିଲେ । ବିନିତ ପ୍ରଥମେ ୧ ଲକ୍ଷ ଟଙ୍କା ଦେଇଥିଲେ । ପରେ ସାଇବର ଠକମାନେ ବିଭିନ୍ନ ପର୍ଯ୍ୟାୟରେ ତାଙ୍କ ପାଖରୁ ୧୭ ଲକ୍ଷ ୮୨ ହଜାର ଟଙ୍କା ଠକି ନେଇଥିଲେ । ଠକାମୀର ଶିକାର ହୋଇଥିବା ଜାଣିବା ପରେ ବିନିତ ସାଇବର ଥାନାରେ ଅଭିଯୋଗ କରିଛନ୍ତି ।












Click it and Unblock the Notifications